ଚୋରି କଲେ ବୋଲି...
ଚୋରି କଲେ ବୋଲି...
ପାରାଦୀପ: ରାଜ୍ୟରେ ଦିନକୁ ଦିନ ବିପର୍ୟ୍ୟସ୍ତ ହେଉଛି ଆଇନ ଶୃଙ୍ଖଳା। ଚୋରି, ହତ୍ୟା, ଲୁଟର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସକୁ ଚକମା ଦେଇ କେଉଁଠି ଅଭିଯୁକ୍ତ ଖସି ଯାଉଥିବାବେଳେ ଆଉ କେଉଁଠି ଚୋରକୁ ମିଳୁଛି ଅମାନବୀୟ ଶାସ୍ତି ।
ଚୋରି କଲା ବୋଲି ଟ୍ରକ ଆଗରେ ବନ୍ଧା ହେଲା ଚୋର । ଚୋରି କରିବା ପରେ ଚୋର ଜଣଙ୍କୁ ଟ୍ରକ ଆଗରେ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି । ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ପାରାଦୀପ ଭୂତମୁଣ୍ଡାଇ ଅଂଚଳର ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଚୋର ଜଣଙ୍କ କେନ୍ଦ୍ରାପଡ଼ା ଟିକରପଙ୍ଗା ଅଂଚଳର ହୋଇଥିବା ବେଳେ ଦୁଇ ଦିନ ତଳେ ଚୋରଟି ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଚୋରି କରି ଖସିଯିବାକୁ ଉଦ୍ୟମ କରୁଥିଲା । ପରେ କିଛି ଟ୍ରକ ଡ୍ରାଇଭର ମାନେ ତାକୁ କାବୁ କରିବା ସହ ଟ୍ରକ ଆଗରେ ବାନ୍ଧି ଦେଇଥିଲେ । ଏପରି ଅମାନବୀୟ ଶାସ୍ତି ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।




admin 