ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ଅଲିମ୍ପିକ୍‌ସ ଶିକ୍ଷା, ଆଜି ଉଦ୍‌ଘଟନ କରିବେ ମୁଖ୍ୟମନ୍ତ୍ରୀ

ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ଅଲିମ୍ପିକ୍‌ସ ଶିକ୍ଷା, ଆଜି ଉଦ୍‌ଘଟନ କରିବେ ମୁଖ୍ୟମନ୍ତ୍ରୀ

ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ଅଲିମ୍ପିକ୍‌ସ ଶିକ୍ଷା, ଆଜି ଉଦ୍‌ଘଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଏବେ ଖେଳକୁଦ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ହକିରେ ସଫଳତା ପରେ ଏବେ ପିଲାମାନଙ୍କୁ ଅଲିମ୍ପିକ୍ସ ନେଇ ଶିକ୍ଷା ଦିଆଯିବ। ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ଦିଆଯିବ । ସ୍କୁଲ ପାଠ୍ୟକ୍ରମରେ ଅଲିମ୍ପିକ୍ସ ସ୍ଥାନ ପାଇବ । ଏଥିପାଇଁ ରାଜ୍ୟ ସରକାର ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ ପ୍ରସ୍ତୁତ କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ।

ସାରା ଦେଶରେ ଏଭଳି ପଦକ୍ଷେପ ଗ୍ରହଣ କରିବାରେ ଓଡ଼ିଶା ପ୍ରଥମ ହେବ । ପାଇଲଟ୍ ପ୍ରକଳ୍ପ ଭାବେ ଏହି ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ୟ୍ୟକ୍ରମ ପ୍ରଥମେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱରର ୬୩ ଓ ରାଉରକେଲାର ୨୭ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ଏହି ସ୍କୁଲଗୁଡ଼ିକର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ମିଳିବ । ଏହି କାର୍ୟ୍ୟକ୍ରମ ସଫଳ ହେବା ପରେ ରାଜ୍ୟର ଅନ୍ୟ ସମସ୍ତ ସ୍କୁଲରେ ଲାଗୁ ହେବ । ଫଳରେ ୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ କମିଟି ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ଟ୍ରଷ୍ଟର ମିଳିତ ସହଯୋଗରେ ରାଜ୍ୟ ସରକାର ଏହି କାର୍ୟ୍ୟକ୍ରମ କରିବେ ।