ଗୀତ ବଜାଇବାରୁ ଆଖିବୁଜାଗୁଳିମାଡ଼, ୧୩ ମୃତ
ଗୀତ ବଜାଇବାରୁ ଆଖିବୁଜାଗୁଳିମାଡ଼, ୧୩ ମୃତ
କାବୁଲ: ତାଲିବାନ ଶାସନର ଅସଲ ଚେହେରା ଦିନକୁ ଦିନ ବାହାରକୁ ଆସିବାର ଲାଗିଛି। ନରସଂହାର ଜାରି ରହିଛି। ଆଫଗାନିସ୍ତାନରେ ଲାଗୁ ହୋଇଛି ତାଲିବାନର କଟରପନ୍ଥୀ ନିୟମ। ଯିଏ ଏହି ନିୟମ ଭାଙ୍ଗୁଛି ତାକୁ ମୃତ୍ୟୁ ଦଣ୍ଡ ଦିଆଯାଉଛି। ଏମିତ ନିୟମ ଭଙ୍ଗ ଅଭିଯୋଗରେ ତାଲିବାନୀମାନେ ଗିଳି କରି ୧୩ ନିରିହ ଲୋକଙ୍କୁ ହତ୍ୟା କରିଛନ୍ତି। ଏକ ବିବାହ ଭୋଜିରେ ଗୀତ ବାଜିବାକୁ ନେଇ ତାଲିବାନୀମାନେ ଏପରି କାଣ୍ଡ କରିଛନ୍ତି। ଗୀତ ବନ୍ଦ କରିବାକୁ ଯାଇ ତିନି ଜଣ ବନ୍ଧୁକଧାରୀ ବିବାହ ଭୋଜିରେ ଜୋରଜବରଦସ୍ତ ପଶି ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଛନ୍ତି। ଜଣ ଅବସ୍ଥା ଗୁରତର ରହିଛି।
ସେପଟେ ଏହି ଘଟଣାକୁ ନେଇ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଏହି ତିନି ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଫେରାର ଅଛି। ଏଥି ସହିତ ଆକ୍ରମଣକାରୀମାନେ ଇସଲାମ ଆନ୍ଦୋଳନ ପାଇଁ କାର୍ୟ୍ୟ କରୁଥିବା ନେଇ ସେ ଅସ୍ୱୀକାର କରିଛନ୍ତି।
ଶନିବାର ରାତିରେ ନାଙ୍ଗରହାରର ଶ୍ୟାମସପୁର ମାର ଘୁଣ୍ଡି ଗାଁରେ ହାଜି ମଲଙ୍ଗ ଜାନଙ୍କ ବିବାହରେ ତିନିଜଣ ବ୍ୟକ୍ତି ନିଜକୁ ତାଲିବାନ ବୋଲି କହିଥିଲେ ଏବଂ ଏହା ପରେ ଗୀତ ବାଜିବା ବନ୍ଦ ହୋଇଯାଇଥିଲା। ସେ କହିଛନ୍ତି ଯେ ଏହି ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବ୍ୟକ୍ତିଗତ ଝଗଡାକୁ ନେଇ ଯେଉଁ ଅପରାଧୀମାନେ ଇସଲାମର ନାଁ ବ୍ୟବହାର କରିଛନ୍ତି, ସେମାନଙ୍କୁ ଗିରଫ କରାଯାଇଛି। ଶରିୟା ଆଇନର ସମ୍ମୁଖୀନ ହେବାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।’
ସେପଟେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଟ୍ୱିଟରରେ ଏହି ଗୁଳିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ‘ତାଲିବାନ ବନ୍ଧୁକଧାରୀମାନେ ବିବାହ ଉତ୍ସବରେ ପଶି ୧୩ଜଣଙ୍କ ଗୁଳିକରି ହତ୍ୟା କରିଛନ୍ତି। ଆମେ କେବଳ ଏହାକୁ ନିନ୍ଦା କରି ନିଜ କ୍ରୋଧ ବ୍ୟକ୍ତ କରିପାବା ନାହିଁ। ୨୫ ବର୍ଷ ଧରି ପାକିସ୍ତାନ ଏମାନଙ୍କୁ ଆଫଗାନ ସଂସ୍କୃତିକୁ ହତ୍ୟା କରିବା ଏବଂ ଆମ ଦେଶକୁ କବ୍ କରି ଆଇଏସ୍ଆଇ କଟ୍ଟର ଶାସନ ସ୍ଥାପନ କରିବା ପାଇଁ ଟ୍ରେନିଂ ଦେଇଛି ବୋଲି ସେ କହିଛନ୍ତି।’