ଲୋକପାଳ ଗଠନ ପାଇଁ ୧୦ ଦିନ ସମୟ

ଲୋକପାଳ ଗଠନ ପାଇଁ ୧୦ ଦିନ ସମୟ

ଲୋକପାଳ ଗଠନ ପାଇଁ ୧୦ ଦିନ ସମୟ
ନୂଆଦିଲ୍ଳୀ:ଲୋକପାଳ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ଅବସରରେ ସୁପ୍ରିମକୋର୍ଟ ଲୋକପାଳ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ତାରିଖ ଜାଣିବାକୁ ଚାହିଁଛନ୍ତି । ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇ ତିନି ପାନେଲ୍‌ଙ୍କ ନାମ ଚୂଡ଼ାନ୍ତ କରିସାରିଥିବା କଥା ଆଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠଙ୍କୁ କହିଛନ୍ତି। ଆଟର୍ଣ୍ଣି ଜେନେରାଲ ଉଚ୍ଚତମ ନ୍ୟାୟାଳୟଙ୍କୁ କହିଛନ୍ତି କି, ଚୟନ ସମିତି ଲୋକପାଳର ଅଧ୍ୟକ୍ଷ, ନ୍ୟାୟିକ ତଥା ଅଣ ସାମ୍ବିଧାନିକ ସଦସ୍ୟଙ୍କ ନିଯୁକ୍ତି ପାଇଁ ତିନୋଟି ନାମର ପ୍ୟାନେଲ ପରାମର୍ଶ କରନ୍ତୁ । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଯାଚିକାକୁ ଖାରଜ କରିଛନ୍ତି । ଏଥିରେ ସେ ଲୋକପାଳ ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ନାମ ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।