କରମବୀର ସିଂହ ହେବେ ନୂଆ ନୌସେନା ମୁଖ୍ୟ
କରମବୀର ସିଂହ ହେବେ ନୂଆ ନୌସେନା ମୁଖ୍ୟ
admin
Mar 24, 2019 - 05:37
Updated: Mar 24, 2019 - 05:37
ନୂଆଦିଲ୍ଲୀ:ଭାଇସ୍ ଆଡମିରାଲ କରମବୀର ସିଂ ପରବର୍ତୀ ନୌସେନା ମୁଖ୍ୟ ହେବେ । ଆଡମିରାଲ ସୁନୀଲ ଲାମ୍ବାଙ୍କର କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ମେ ୩୧ ତାରିଖରେ ସୁନୀଲ ଲାମ୍ବା ଅବସର ଗ୍ରହଣ କରିବେ ।
ଲାମ୍ବାଙ୍କ ସ୍ଥାନରେ ଭାଇସ ଆଡମିରାଲ ସିଂହ ଦାୟିତ୍ବ ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶନିବାର ଟ୍ବିଟ କରାଯାଇଛି। ସିଂହ ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ, ୱେଲିଂଟନର ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ମୁମ୍ବଇସ୍ଥିତ କଲେଜ ଅଫ ନାଭାଲ ୱାରଫେୟାରର ପୂର୍ବତନ ଛାତ୍ର। ୧୯୮୦ ଜୁଲାଇରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ସେ ଜଣେ ହେଲିକପ୍ଟର ପାଇଲଟ ଭାବେ କାର୍ୟ୍ୟାରମ୍ଭ କରିଥିଲେ। ହାଲ ନିର୍ମିତ ଚେତକ ଏବଂ କାମୋଭ କା-୨୫ ହେଲିକପ୍ଟର ଉଡାଇବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଇସିଜିଏସ ଚାନ୍ଦ ବିବି, ଆଇଏନ୍ଏସ୍ ବିଜୟଦୁର୍ଗା, ଆଇଏନ୍ଏସ ରାଣା ଏବଂ ଆଇଏନଏସ୍ ଦିଲ୍ଲୀ ଭଳି ବିଭିନ୍ନ ଅତ୍ୟାଧୁନିକ ଜାହାଜର ସେ କମାଣ୍ଡ ନେଇଛନ୍ତି। ୩୭ ବର୍ଷର କାର୍ୟ୍ୟକାଳ ମଧ୍ୟରେ ସିଂହଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଏବଂ ପରମ ବିଶିଷ୍ଟ ସେବା ମେଡାଲ (୨୦୧୮)ରେ ସମ୍ମାନିତ କରାଯାଇଛି।