ମାନହାନୀ ମାମଲାରେ ମୁମ୍ବାଇ କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଜାମିନ

ମାନହାନୀ ମାମଲାରେ ମୁମ୍ବାଇ କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଜାମିନ

ମାନହାନୀ ମାମଲାରେ  ମୁମ୍ବାଇ କୋର୍ଟରୁ  ରାହୁଲ ଗାନ୍ଧୀଙ୍କୁ ଜାମିନ
ନୂଆଦିଲ୍ଲୀ: ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ ରାହୁଲଙ୍କ ଜାମିନ ମଞ୍ଜୁର ହୋଇଛି । ମୁମ୍ବାଇ ସିୱାରି କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । କଂଗ୍ରେସ ନେତା ଏକନାଥ ଗାଏକ୍ୱାଡ ଜାମିନଦାର ଥିବା ଜଣାଯାଇଛି । ପ୍ରକାଶ ଯେ, ଆରଏସଏସର ଜଣେ କର୍ମକର୍ତ୍ତା ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରିଥିଲେ। ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ପଛରେ ଆରଏସଏସର ହାତ ଥିବା ରାହୁଲ ଅଭିଯୋଗ କରିବା ପରେ ଏହି ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଧୃତିମାନ ଯୋଶୀ ୨୦୧୭ରେ ଏହି ମାମଲା ରୁଜୁ କରିଥିଲେ। ସେ ରାହୁଲଙ୍କ ସମେତ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରିଥିଲେ। କିନ୍ତୁ କୋର୍ଟ ସୋସିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଦେବା ସହ ରାହୁଲ ଏବଂ ୟେଚୁରୀଙ୍କୁ ସମନ ଜାରି କରିଥିଲେ। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବେଙ୍ଗାଲୁରୁରେ ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ଘଟଣାର ଦିନକ ପରେ ରାହୁଲ ଏହି ହତ୍ୟାକାଣ୍ଡ ପଛରେ ଆରଏସଏସର ହାତ ରହିଛି ବୋଲି କହିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।