ଲାଲୁଙ୍କୁ ମିଳିଲା ଜାମିନ୍
ଲାଲୁଙ୍କୁ ମିଳିଲା ଜାମିନ୍
admin
Jul 12, 2019 - 12:16
Updated: Jul 12, 2019 - 12:16
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦକଙ୍କୁ ସର୍ତମୂଳକ ଜାମିନ ମିଳିଛି । ଝାଡଖଣ୍ଡ ହାଇକୋର୍ଟ ଶୁକ୍ରବାର ଦିନ ଜାମିନ ଦେଇଛନ୍ତି । ଆରଜେଡି ସୁପ୍ରିମୋ ଲାଲୁ ଯାଦଦଙ୍କୁ ୫୦ ହଜାର ଟଙ୍କାର ୨ଟି ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ମିଳିଛି । ତେବେ କୋର୍ଟ କହିଛନ୍ତି ସେ ନିଜର ପାସପୋର୍ଟ ଦାଖଲ କରିବେ । ଦେଓଘର ଟ୍ରେଜେରି ମାମଲାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୫୦ ହଜାର କୋଟି ଟଙ୍କାର ଚାରା ଦୁର୍ନୀତିରେ ସିବିଆଇ ତଦନ୍ତରେ ଦେଓଘର ସରକାରୀ ଟ୍ରେଜେରିରୁ ଜାଲିଆତି କରି ଟଙ୍କା ଉଠାଇ ଥିବା ଅଭିଯୋଗରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ସାଢ଼େ ତିନି ବର୍ଷ ପାଇଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ତେବେ, ଜେଲରେ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।