ସିଦ୍ଧି ବିନାୟକ ମନ୍ଦିରରେ ପ୍ରାର୍ଥନା କରିବେ ଶାହରୁଖ

ସିଦ୍ଧି ବିନାୟକ ମନ୍ଦିରରେ ପ୍ରାର୍ଥନା କରିବେ ଶାହରୁଖ

ସିଦ୍ଧି ବିନାୟକ ମନ୍ଦିରରେ ପ୍ରାର୍ଥନା କରିବେ ଶାହରୁଖ

ମୁମ୍ବାଇ: ଜେଲ୍‌ରୁ ବାହାରିଲେ ଆର୍ୟନ୍‌। ମନ୍ନତକୁ ଫେରିଲେ। ଏବେ ପୂରା ପରିବାର ଏକାଠି ହୋଇଥିବାରୁ ପ୍ରଭୁ ଗଣେଶଙ୍କ ଦର୍ଶନ କରିବେ ଶାହରୁଖ୍।  ଶହାରୁଖ ଖାନ୍ଙ୍କ ବାସଭବନ ମନ୍ନତରେ ପରିବାର ସହ ସମସ୍ତେ ଏକାଠି ହୋଇଛନ୍ତି।  ବେଲ୍ରୁ ମୁକୁଳିବା ପରେ ବାଣ ଫୁଟାଇ ସମର୍ଥମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଥିଲା। ତେଣୁ ଶାହରୁଖ ଖୁବ୍ ଶୀଘ୍ର ସିଦ୍ଧବିନାୟକ ମନ୍ଦିର ଦର୍ଶନ କରି କୃତଜ୍ଞତା ଜଣାଇବେ ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।ଇୟଗ୍ଦ ଭଚ୍ଚ

ଶାହରୁଖ ଖାନ୍ ପ୍ରତିବର୍ଷ ମନ୍ନତରେ ଗଣେଶ ଉତ୍ସବ ପାଳନ କରନ୍ତି। ଏପରିକି ସେ ମନ୍ନତରେ ଏକ ଗଣପତି ମୂର୍ତ୍ତି ରଖିଛନ୍ତି ବୋଲି ଜଣେ ସମ୍ପର୍କୀୟ କହିଛନ୍ତି । ତାଙ୍କ ପୁଅ ଆର୍ୟନ୍ ଆର୍ଥର ରୋଡ୍ ଜେଲରୁ ମୁକ୍ତ ହୋଇଥିବାରୁ ସେ ପ୍ରାର୍ଥନା ପାଇଁ ସେ ଖୁବ୍ଶୀଘ୍ର ସିଦ୍ଧି ବିନାୟକ ମନ୍ଦିର ଯାଇପାରନ୍ତି।

ସୋଶାଲ ମିଡିଆରେ ଶାହରୁଖ ଖାନ ସେତେଟା ସକ୍ରିୟ ନଥିଲେ ମଧ୍ୟ ଗଣେଶ ଚତୁର୍ଥୀକୁ ସେ  ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି।  ଚଳିତ ବର୍ଷ ସେ ପୂଜାର ଫଟୋ ମଧ୍ୟ ସେୟାର କରିଥିଲେ।  ଫଟୋ ସହିତ ସେ ଲେଖିଥିଲେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ପାଖରେ ରହିଥାଉ।  ବମ୍ବେ ହାଇକୋର୍ଟ ଆର୍ୟ୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରିବା ପରେ ଆର୍ୟନ ଘରକୁ ଫେରିଥିଲେ।