କେଲୁଅ ନଦୀ ଘାଇ ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ

କେଲୁଅ ନଦୀ ଘାଇ ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ

କେଲୁଅ ନଦୀ ଘାଇ ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ
ଯାଜପୁର: କେଲୁଅ ନଦୀ ରମାପୁରରେ ମନୁଷ୍ୟକୃତ ଘାଇ ଅଭିଯୋଗ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହାର ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଭିଜିଲାନ୍ସ ଅତିରିକ୍ତ ଏସପି ହର ନାରାୟଣ ପତିଙ୍କ ନେତୃତ୍ୱ ଉକ୍ତ ଟିମ ଘାଇ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଗତ ବନ୍ୟାରେ ବ୍ରାହ୍ମଣୀର ଉପନପୀ କେଲୁଅ ନଦୀରେ ଏକ ଘାଇ ସୃଷ୍ଟି ହୋଇଥିଲା । ତେବେ ଉକ୍ତ ଘାଇ ମନୁଷ୍ୟକୃତ ବୋଲି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଡିନାମାଇଟ ବ୍ୟବହାର କରାଯାଇ ସେଠାରେ ଘାଇ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଲୋକାୟୁକ୍ତ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ପାଇଁ ଭିଜିଲାନ୍ସକୁ ଦେଇଥିଲେ ।