କରୋନାରୁ ସୁସ୍ଥ ହେଲେ ବିଶ୍ୱଭୂଷଣ

କରୋନାରୁ ସୁସ୍ଥ ହେଲେ ବିଶ୍ୱଭୂଷଣ

କରୋନାରୁ ସୁସ୍ଥ ହେଲେ ବିଶ୍ୱଭୂଷଣ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନାମୁକ୍ତ ହୋଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆଜି ଏସିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଆର.ପି ସିସୋଦିଆ ସୂଚନା ଦେଇଛନ୍ତି । ସାମାନ୍ୟ କୋଭିଡ ଲକ୍ଷଣ ଏବଂ ଅସୁସ୍ଥତା କାରଣରୁ ନଭେମ୍ବର ୧୫ରେ ଶ୍ରୀ ହରିଚନ୍ଦନଙ୍କୁ ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ ଅଣାଯାଇ ଏଆଇଜି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା କରାଯିବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ଶ୍ରୀ ହରିଚନ୍ଦନ ବେଗମପେଟ୍ ବିମାନବନ୍ଦରରୁ ବିଜୟୱାଡା ଆସିବେ । ଅପରାହ୍ନ ସୁଦ୍ଧା ରାଜଭବନରେ ପହଞ୍ଚିବେ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।