ୟୁରୋପରେ କରୋନା କଟକଣାକୁ ବିରୋଧ

ୟୁରୋପରେ କରୋନା କଟକଣାକୁ ବିରୋଧ

ୟୁରୋପରେ କରୋନା କଟକଣାକୁ ବିରୋଧ

ନୂଆଦିଲ୍ଲୀ: ୟୁରୋପରେ ସଂକ୍ରମଣ ଉପରମୁହାଁ ହେଇଛି। ଫଳରେ ସେଠାକାର ସରକାର କଟକଣା ଲାଗୁ କରିଛନ୍ତି। ତେବେ କଟକଣାକୁ ଲୋକମାନେ ଜୋରଦାର ବିରୋଧ କରୁଛନ୍ତି। ଲାଗୁ ହୋଇଥିବା ନୂଆ କରୋନା କଟକଣାକୁ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ତୀବ୍ର ବିରୋଧ କରାଯାଇଛି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ନ୍ତି । କୋଭିଡ କର୍ଫୁ୍ୟକୁ ବିରୋଧ କରି ନେଦରଲ୍ୟାଣ୍ଡରେ ଆନେ୍ଦାଳନ ହୋଇଥିବା ବେଳେ ପୁଲିସ ଏଠାରେ ୧୪୫ ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ବ୍ରସଲେସରେ ଏକ ଆନେ୍ଦାଳନ ସ୍ଥଳରେ ପ୍ରାୟ ୩୫ ହଜାର ଲୋକ ରୁଣ୍ଡ ହୋଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୁଲିସ ସେମାନଙ୍କ ଉପରକୁ ପାଣି ମାଡ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । କିଛି ଆନେ୍ଦାଳନକାରୀ ମଧ୍ୟ ପୁଲିସ ଅଫିସରଙ୍କ ଉପରକୁ ଗୁଳି ଚାଳନା କରିଛନ୍ତି । ବିକ୍ଷୋଭକାରୀମାନେ ମୁଖ୍ୟତଃ କୋଭିଡ ପାସର ବ୍ୟବହାରକୁ ବିରୋଧ କରିଛନ୍ତି । ଏହା ଦ୍ୱାରା ଟିକା ନେଇନଥିବା ଲୋକଙ୍କୁ ରୋସ୍ତୋରାଁ ଏବଂ ବାରକୁ ପ୍ରବେଶ ଅନୁମତି ମିଳିବନି । ଶନିବାର ଦିନ ରୋଟରଡାମରେ ଆନେ୍ଦାଳନ ହିଂସାର ରୂପ ନେଇଥିଲା । ଆନେ୍ଦାଳନକାରୀମାନେ ପୋଡ଼ାଜଳା କରିଛନ୍ତି । ସେହିପରି ଅଷ୍ଟି୍ରଆ ଏବଂ କ୍ରୋଏସିଆରେ କଟକଣାକୁ ବିରୋଧ କରି ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ବେଲଜିୟମରେ ଫେସମାସ୍କକୁ ନେଇ କଟକଣା ମଧ୍ୟ କଡ଼ାକଡ଼ି ହୋଇଛି । ରୋସ୍ତୋରାଁରେ କୋଭିଡ ପାସ ଦରକାର ହେଉଛି ଏବଂ ଅଧିକାଂଶ ନାଗରିକଙ୍କୁ ଡିସେମ୍ବର ମଧ୍ୟ ଭାଗ ପର୍ୟ୍ୟନ୍ତ ସପ୍ତାହକୁ ୪ ଦିନ ଘରୁ କାମ କରିବା ପାଇଁ କୁହାଯାଇଛି । ନେଦରଲାଣ୍ଡର ହେଗ ସହରରେ ଗତ ଶନିବାର ରାତିରେ ପ୍ରବଳ ହିଂସା ହୋଇଥିଲା ।