କଟକରେ ଓଡ଼ିଶା ବନ୍ଦର ଜୋରଦାର ପ୍ରଭାବ
କଟକରେ ଓଡ଼ିଶା ବନ୍ଦର ଜୋରଦାର ପ୍ରଭାବ
କଟକ: ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ କଂଗ୍ରେସର ତରଫରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ମମିତାଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି। ଏହା ୧୨ଟା ପର୍ୟ୍ୟନ୍ତ ଜାରି ରହିବ ।ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ପ୍ରଭାବ ପଡିଛି। କଟକରେ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବନ୍ଦ ପାଳନ କରିଛନ୍ତି। ଶ୍ରୀ ଚୌଧୁରୀଙ୍କ ନେତୃତ୍ବରେ ସକାଳୁ ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ବନ୍ଦ ପାଳନରେ ସହଯୋଗ ପାଇଁ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲେ। ସହରରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ଯାନବାହନ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଛି। ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ପାଳନରେ ସାମିଲ ହୋଇଥିବା ଦେଖାଯାଇଛି। ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟି ନଥିବା ଖବର ନାହିଁ। ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି।




admin 