ଓଏଏସ୍ ସ୍ତରରେ ଅଦଳବଦଳ
ଓଏଏସ୍ ସ୍ତରରେ ଅଦଳବଦଳ
admin
Aug 23, 2019 - 04:45
Updated: Aug 23, 2019 - 04:45
ଭୁବନେଶ୍ୱର: ଝାରସୁଗୁଡ଼ା ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ହାଇକୋର୍ଟଙ୍କ ନିଦେ୍ର୍ଧଶରେ ନିଲମ୍ବନ କରାଯାଇଥିଲା । ଏବେ ପୁଣି କୋର୍ଟଙ୍କ ନିଦେ୍ର୍ଧଶ ପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଛି । କିନ୍ତୁ ତାଙ୍କୁ ଆଉ ଝାରସୁଗୁଡ଼ାରେ ରହିବାକୁ ସରକାର ସୁଯୋଗ ଦେଇ ନାହାନ୍ତି । ବରଗଡ଼ ଜିଲ୍ଲାପାଳ ଭାବେ ତାଙ୍କର ଆଜି ବଦଳି ହୋଇଛି । ଝାରସୁଗୁଡ଼ାରେ ନୂଆ ଜିଲ୍ଲାପାଳ ଭାବେ ଯୋଗାଣ ନିଗମର ପରିଚାଳନା ନିଦେ୍ର୍ଧଶକ ସରୋଜ କୁମାର ସାମଲ ନିଯୁକ୍ତି ପାଇଛନ୍ତି । ଏହି ଦୁଇ ଜିଲ୍ଲାପାଳଙ୍କ ବଦଳି ସହ ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ।
ବରଗଡ଼ର ଜିଲ୍ଲାପାଳ ଥିବା ଇନ୍ଦ୍ରମଣି ତି୍ରପାଠୀଙ୍କୁ ଯୋଗାଣ ନିଗମର ପରିଚାଳନା ନିଦେ୍ର୍ଧଶକ ଭାବେ ନିଯୁକ୍ତି ମିଳିଛି । ବନେ୍ଦାବସ୍ତ କମିସନର ଥିବା ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଥିବା ଭୁବନେଶ୍ୱର ଅତିରିକ୍ତ ଡିଭିଜନ କୋର୍ଟର ଅତିରିକ୍ତ କମିସନର ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ନୟାଗଡ଼ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ସନ୍ତୋଷ ସାହୁଙ୍କୁ ରାଜସ୍ୱ ପର୍ଷଦର ଯୁଗ୍ମ ସଚିବ ଏବଂ ରାଉରକେଲା ତହସିଲଦାର ବିଶ୍ୱ ରଞ୍ଜନ ରଥଙ୍କୁ ସୁନ୍ଦରଗଡ଼ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ନିଯୁକ୍ତି ମିଳିଛି ।