ଆଉ ଏକ ଲଘୁଚାପ, ବାତ୍ୟା ଆଶଙ୍କା!

ଆଉ ଏକ ଲଘୁଚାପ, ବାତ୍ୟା ଆଶଙ୍କା!

ଆଉ ଏକ ଲଘୁଚାପ, ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ଗୋଟିଏ ଲଘୁଚାପର ପ୍ରଭାବ କମି ନଥିବା ବେଳେ ଆଉ ଏକ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଏହି କ୍ଷେତ୍ର ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଝଡ଼ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । 

ସୂଚନା ଅନୁସାରେ ୧୭ତାରିଖ ସନ୍ଧ୍ୟା କିମ୍ବା ୧୮ତାରିଖ ସକାଳେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବୋଲି କେତେକ ପାଣିପାଗ ମଡେଲ ଅନୁମାନ କରିଛି । ତେବେ ଏହା ଏହି ଲଘଚାପ ବାତ୍ୟାରେ ପରିଣତ ହେବକି ନାହିଁ ତାହା ଅସନ୍ତା ୨ଦିନ ମଧ୍ୟରେ ସ୍ପଷ୍ଟ ହେବ । 

ଏହି ଲଘୁଚାପ ଘନିଭୂତ ହୋଇ ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ଓ ଏହାର ପ୍ରଭାବରେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ଏହାର ପ୍ରଭାବ ରହିବ ।  ଆକାଶ ମେଘାଚ୍ଛନ୍ନ ସାଙ୍ଗକୁ ହାଲୁକା  ବର୍ଷା ହେବାର ଆଶଙ୍କା ରହିଛି ।