ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ଡାକ୍ତରଙ୍କ ନାଁରେ ମାମଲା ରୁଜୁ
ବାରିପଦା : ବାରିପଦା ମେଡିକାଲରେ ଚିକିସôା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।ଡାକ୍ତର ଓ ୨ ଷ୍ଟାଫ ନର୍ସଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୋଲିସ । ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ଏକ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଏହାର ପ୍ରତିବାଦରେ ଧାରଣା ଦେଇଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚାନ୍ଦୁଆ ଥାନା ଅନ୍ତର୍ଗତ ଚାଲୁଣିଆ ଗ୍ରାମର ଜଣେ ନାବାଳିକାକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ରାତିରେ ଝିଅଟିର ମୃତ୍ୟୁ ହୋଇଯାଇଛି । ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମେଡିକାଲ କଲେଜ ଗେଟ୍ ସାମ୍ନାରେ ମୃତଦେହ ରଖି ପରିବାର ଲୋକ ଧାରଣାରେ ବସିଛନ୍ତି ।