ଏମିତି ଆମ ବଡ଼ ମେଡିକାଲ...
ଏମିତି ଆମ ବଡ଼ ମେଡିକାଲ...
କଟକ: କଟକ ବଡ଼ ମେଡ଼ିକାଲରେ ଦେଖିବାକୁ ମିଳିଛି ଏପରି ଏକ ଅବ୍ୟବସ୍ଥା, ଯେଉଁଠି ଦୂର ଦୂରାନ୍ତରୁ ଲୋକ ଚିକିତ୍ସା ପାଇଁ ଆସନ୍ତି । ସେଠାରେ ବନ୍ଧା ଦେବାକୁ ପଡ଼ୁଛି ମୋବାଇଲ ଫୋନ । ଏସସିବି ମେଡ଼ିକାଲରେ ନାହିଁ ଅଧିକ ସଂଖ୍ୟକ ଷ୍ଟେଚର । ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ଷ୍ଟ୍ରେଚର, ହୁଇଲ ଚେୟାର ମିଳୁନି । ମେଡ଼ିକାଲରେ ହୁଇଲ ଚେୟାର ଓ ଷ୍ଟ୍ରେଚର ପାଇବାକୁ ହେଲେ ମୋବାଇଲ ଫୋନ ବନ୍ଧକ ଦେବାକୁ ହେଉଛି ।
ସୂଚନାଅନୁସାରେ, ଏସସିବି ଟ୍ରମା କାଜୁଆଲିଟିରେ ରୋଗୀ ତଥା ରୋଗୀଙ୍କ ସଂପର୍କିୟଙ୍କୁ ବନ୍ଧକ ରଖିବାକୁ ପଡ଼ୁଛି ମୋବାଇଲ ଫୋନ ଯଦ୍ୱାରା ସେମାନଙ୍କୁ ମିଳୁଛି ଷ୍ଟ୍ରେଚର ଓ ହୁଇଲଚେୟାର ର ସୁବିଧା । ଏହି ମୋବାଇଲ ବନ୍ଧକ ଘଟଣାକୁ ନେଇ ଏସସିବି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି, କହିଛନ୍ତି ‘ଅଧିକ ଷ୍ଟ୍ରେଚର, ହୁଇଲ ଚେୟାର ଯୋଗାଣ କରାଯାଇ ଏହି ବନ୍ଧକ ବ୍ୟବସ୍ଥାକୁ ବନ୍ଦ କରାଯିବ’।




admin 