ଅଟୋକୁ ପିଟିଲା ଟ୍ରକ, ୩ ମୃତ

ଅଟୋକୁ ପିଟିଲା ଟ୍ରକ, ୩ ମୃତ

ଅଟୋକୁ ପିଟିଲା ଟ୍ରକ, ୩ ମୃତ

ଆନନ୍ଦପୁର : ଆନନ୍ଦପୁର ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି  । ଦୁର୍ଘଟଣାଟି ଅତ୍ୟନ୍ତ ଭୟଙ୍କର ଥିଲା  । ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି  । ଅପରପକ୍ଷରେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଏକ ଅଟୋ ସାତକୋଶିଆରୁ ହାଟିଡ଼ିହି ଫେରୁଥିଲା  । ଅଟୋରେ କେତେଜଣ ବସିଥିଲେ ସେନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ୬/୭ ଜଣ ବସିଥିବା ଜାଣିବାକୁ ମିଳିଛି  । ଅଟୋରେ ସେମାନେ ଯାଉଥିବାବେଳେ ହଠାତ ଏକ ଟ୍ରକ ଖୁବଜୋରରେ ପିଟିଦେଇଥିଲା  । ଟ୍ରକଟି ପିଟିଦେବାରୁ ଅଟୋଟି କିଛି ବାଟ ଛିଟିକି ଯାଇଥିଲା  । ଅଟୋରେ ବସିଥିବା ଯାତ୍ରୀମାନେ ମଧ୍ୟ ଛିଟିକି ପଡ଼ିଥିଲେ  । ଫଳରେ ସେହି ଠାରେ ହିଁ ଅଟୋରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି  । ତେବେ ଦୁଇଜଣ ଗୁରୁତର ହୋଇପଡ଼ିଛନ୍ତି  । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି  ।

ଦୁର୍ଘଟଣା ପରେପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି  । ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିବାବେଳେ ତଦନ୍ତ ଆରମ୍ଭ କରିଛି  । ତେବେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି  ।