ରିଲିଫ ବାଣ୍ଟିବା ବେଳେ ପ୍ରଭାତ ବିଶ୍ୱାଳ ଆହତ

ରିଲିଫ ବାଣ୍ଟିବା ବେଳେ ପ୍ରଭାତ ବିଶ୍ୱାଳ ଆହତ

ରିଲିଫ ବାଣ୍ଟିବା ବେଳେ ପ୍ରଭାତ ବିଶ୍ୱାଳ ଆହତ
ଭୁବନେଶ୍ୱର: ବାତ୍ୟାରେ ଉଜୁଡ଼ିଯାଇଛି କଟକ ସହର । ସବୁ କିଛି ଛାରଖାର ହୋଇଯାଇଛି । ଏଭଳି ପରିସ୍ଥିତିରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବାଣ୍ଟୁଥିଲେ ବିଜେଡିର ବରିଷ୍ଠ ନେତା ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ତେବେ ରିଲିଫ ବାଣ୍ଟିବା ସମୟରେ ସେ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପ୍ରଭାତ ବିଶ୍ୱାଳଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ଅଞ୍ଚବାସୀ । ପ୍ରକାଶ ଯେ, ଗତ ୩ ତାରିଖରେ ଓଡ଼ିଶାରେ ମାଡ଼ ହୋଇଥିବା ଫନି ତାଣ୍ଡବ ରଚିଥିଲା । ଏହା ଦ୍ୱାରା ପୁରୀ ଓ ଭୁବନେଶ୍ୱର ସମେତ କଟକ ମଧ୍ୟ ବିଶେଷଭାବେ ପ୍ରଭାବିତ େହୋଇଥିଲା ।