ଆହୁରି ଖସିବ ପାରଦ

ଆହୁରି ଖସିବ ପାରଦ

ଆହୁରି ଖସିବ ପାରଦ
୬ ତାରିଖରୁ ଅର୍ଥାତ୍ ସୋମବାରଠାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ତାପମାତ୍ରାରୁ ଆହୁରି ୪ରୁ ୫ ଡିଗ୍ରୀ ତଳକୁ ପାରଦ ଖସିବ। ଏହାସହ ଆସନ୍ତାକାଲିଠାରୁ କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ତିନି ଦିନ ପାଇଁ ଘନ କୁହୁଡ଼ି ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଭବାନୀପାଟଣାରେ ସବୁଠାରୁ ଅଧିକ କୁହୁଡ଼ି ପଡ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି। ସେ କହିଛନ୍ତି, “ଆଜି ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ସୋନପୁର, ଢେଙ୍କାନାଳ, ବରଗଡ଼। ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବ ଓ ଏହି ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଅନୁଭୂତ ହେବ।” ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୫୮ ମିଲି ମିଟିର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୧୪.୮ମିମି, ଭବାନୀପାଟଣାରେ ୯.୨ମିମି, ଭୁବନେଶ୍ୱରରେ ୧୨.୩, ବାଲେଶ୍ୱରରେ ୨୨. ୪ ମିମି, ଅନୁଗୋଳରେ ୧୨.୬ ମିମି ଓ ଫୁଲବାଣୀରେ ୯.୨ ମିମି ବର୍ଷା ରେର୍କଡ କରାଯାଇଛି।