ହିରୋଇନଙ୍କୁ ହଇରାଣ କଲେ ରୋଡ୍ ରୋମିଓ

ହିରୋଇନଙ୍କୁ ହଇରାଣ କଲେ ରୋଡ୍ ରୋମିଓ

ହିରୋଇନଙ୍କୁ ହଇରାଣ କଲେ ରୋଡ୍ ରୋମିଓ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି ରୋଡ୍ ରୋମିଓଙ୍କ ଉପôାତ । ରୋଡ୍ ରୋମିଓ ରାତି ଅଧରେ ହିରୋଇନଙ୍କୁ ହଇରାଣ କଲେ । ସୁଟିଂ ସାରି କାରରେ ଫେରିଲା ବେଳେ ହଇରାଣ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ସୁଟିଂ ସାରି ସିନେ କଳାକାର ମାନେ ଫେରୁଥିଲେ । ଗୋଟିଏ କାରରେ ଏକାଧିକ କଳାକାର ଫେରୁଥିବା ବେଳେ ହଇରାଣ ହୋଇଛନ୍ତି । ରାସ୍ତାରେ ବାଇକରେ ଯାଉଥିବା ଦୁଇ ବଦମାସ ହଇରାଣ କରିଥିଲେ । ଅଶ୍ଳୀଳ ଗାଳିଗୁଲଜ ସହ କମେଂଟ ମାରିଥିଲେ । କାର୍ୁ ଆଗକୁ ନଛାଡି ମଦ ବୋତଲ ଫୋପାଡିବାକୁ ଉଦ୍ୟମ କରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ କଳାକାର । ତେବେ ପୋଲିସ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି ।