ଆସିଲା ଜାନୁଆରୀ ଗାଇଡଲାଇନ
ଆସିଲା ଜାନୁଆରୀ ଗାଇଡଲାଇନ
ଭୁବନେଶ୍ୱର: କରୋନାର ନୂଆ ଭାରିଅଂଟ ଓମିକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଜାରି କରାଯାଇଛି । ସାରା ରାଜ୍ୟର ସହରାଂଚଳରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ବଳବତର ରହିବ । ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।
ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି । ଭଣଭୋଜି, ପିକନିକ୍ ଓ ବିଭିନ୍ନ କାର୍ୟ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି । ସେହିପରି ୫୦% ଦର୍ଶକରେ ଚାଲିପାରିବ ସିନେମା ହଲ । କୋଭିଡ ଗାଇଡ଼ ଲାଇନ ସହ ସର୍ବାଧିକ ହଜାରେ ଦର୍ଶକରେ ଚାଲିବ ଯାତ୍ରା । ସାମାଜିକ, ଧାର୍ମିକ ସମାବେଶ ମନା । ସ୍କୁଲ, କଲେଜ ଛାତ୍ରଛାତ୍ରୀ ଙ୍କୁ ପିକନିକ ମନା । ପୂର୍ବରୁ ନୂଆବର୍ଷ ପାଇଁ ନନ୍ଦନକାନନ, ପର୍ୟ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନକୁ ବନ୍ଦ ରଖାଯାଇସାରିଛି ।




admin 