ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି
ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି
ଭୁବନେଶ୍ବର : ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ସେ ପ୍ରଥମେ ଝାରସୁଗୁଡାରୁ ବିଧାୟକ ଥିଲେ । ସମ୍ପ୍ରତି ସେ ବ୍ରଜରାଜନଗରରୁ ବିଧାୟକ ଥିଲେ । ଆଜି ସେ ନିଜ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ହାର୍ଟଷ୍ଟ୍ରୋକର ଶିକାର ହୋଇଥିଲେ ! ତାଙ୍କୁ ତୁରନ୍ତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଦେହାନ୍ତ ହେବା ନେଇ ଡାକ୍ତର ସୂଚନା ଦେଇଥିଲେ । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
1990 ମସିହାରେ ସେ ପ୍ରଥମ ଥର ପାଇଁ ଝାରସୁଗୁଡାରୁ ବାଜିମାତ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଶାସକ ଦଳର ମୁଖ୍ୟ ସଚେତକ ଥିଲେ । ପରେ ସେ ବାଚସ୍ପତି ହେବା ସହ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ ।




admin 