ସବୁ ବିଦ୍ୟାଳୟ ହେବ ଡିଜିଟାଲ୍

ସବୁ ବିଦ୍ୟାଳୟ ହେବ ଡିଜିଟାଲ୍

ସବୁ ବିଦ୍ୟାଳୟ ହେବ ଡିଜିଟାଲ୍
ଭୁବନେଶ୍ୱର : ଓଡ଼ିଶାରେ ଥିବା ସମସ୍ତ ରାଜ୍ୟ ବିଶ୍ୱ ବିଦ୍ୟାଳୟରେ ଏକକ ଭାବେ ଡିଜିଟାଲ୍ କରାଯିବ । ଛାତ୍ରଛାତ୍ରୀ ନାମଲେଖା, ଦେୟପୈଠ ଓ ଚାକିରି ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍ଲାଇନରେ ପାଇପାରିବେ । ଏଥିପାଇଁ ପ୍ରାୟ ଚାରିକୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସମସ୍ତ ରାଜ୍ୟ ବିଶ୍ୱ ବିଦ୍ୟାଳୟକୁ ଡିଜିଟାଲ ବିଶ୍ୱ ବିଦ୍ୟାଳୟ ସହ ଯୋଡ଼ିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏ ନେଇ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ସୂଚନା ଅନୁଯାୟୀ ମହାରାଷ୍ଟ୍ର ଗୁଜୁରାଟ ଭଳି ରାଜ୍ୟରେ ଏହି ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟ କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତାଲିକା ଅନଲାଇନ୍ରେ ଅପଡେଟ୍ କରାଯିବ । ବିଦ୍ୟାର୍ଥୀ ନିୟମିତ ଶିକ୍ଷାନୁଷ୍ଠାନ ଆସି ପାଠ ପଢ଼ୁଛନ୍ତି କି ନାହିଁ ତା’ର ସୂଚନା ଘରେ ବସି ଅଭିଭାବକ ଅନ୍ଲାଇନରେ ଯାଞ୍ଚ କରିପାରିବେ । କୁଳପତି, ଅଭିଭାବକ, ଅଧ୍ୟକ୍ଷ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସଂକ୍ରାନ୍ତରେ ମଧ୍ୟ ସମସ୍ତ ତଥ୍ୟ ମିଳିପାରିବ । ମୁଖ୍ୟତଃ ଷ୍ଟୁଡେଣ୍ଟ ଲାଇଫ ସାଇକଲ, ଟିଚର ଲାଇଫ ସାଇକଲ ସହ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଅନ୍ୟ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ସବିଶେଷ ତଥ୍ୟ ପାଇପାରିବେ । ଏଥିରେ ଇ-ଗଭର୍ଣ୍ଣାନ୍ସ ସଠିକ୍ ଭାବେ କାମ କରିବା ସହ ସମସ୍ତେ ସବୁ ସମୟରେ ତଥ୍ୟ ସହଜରେ ଅନ୍ଲାଇନରେ ପାଇପାରିବେ । ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ତଥ୍ୟ ଏଥିରୁ ମିଳିପାରିବ । ନାମଲେଖାଠାରୁ ଆରମ୍ଭ କରି ରିଚେକିଂ, ରିଆଡମିସନ ଭଳି ସମସ୍ତ କାର୍ଯ୍ୟ ହୋଇପାରିବ ।