ଓଡ଼ିଶାରେ ଆଉ ୫ ଓମ୍ରିକନ ସଂକ୍ରମିତ

ଓଡ଼ିଶାରେ ଆଉ ୫ ଓମ୍ରିକନ ସଂକ୍ରମିତ

ଓଡ଼ିଶାରେ ଆଉ ୫ ଓମ୍ରିକନ ସଂକ୍ରମିତ

ଭୁବନେଶ୍ୱର: ମାଡି ଆସୁଛି ଓମିକ୍ରନ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିବା ସେ ୍ୱ, ଏହା ସବୁ ପ୍ରକାର କଟକଣାକୁ ଭେଦ କରି ବିଭିନ୍ନ ଦେଶରେ ପଶି ସଂକ୍ରମଣ କରୁଛି । ତେବେ ଦେଶରେ ଏପର୍ୟ୍ୟନ୍ତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଓମିକ୍ରନ ସଂକ୍ରମଣ ହୋଇଛି । ଆଜିସୁଦ୍ଧା ଦେଶରେ ୯୬୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏହାରିଭିତରେ ଓଡିଶାରେ ମଧ୍ୟ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି । ପୂର୍ବରୁ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୮ରହିଥିଲା ଓ ଗତକାଲି ଆଉ ଜଣେ ବିଦେଶ ଫେରନ୍ତା ଓମିକ୍ରନରେ ଚିହ୍ନଟ ହୋଇଥିଲେ । ସେ ଗତ କିଛି ଦିନ ତଳେ ୟୁଏଇରୁ ଆସିଥିଲେ । ତେବେ ଆଜି ପୁଣି ଓଡିଶାରେ ଆଉ ୫ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏଥିପାଇଁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି ।