ଆଜି ରାଜ୍ୟରେ ୮୨କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ରାଜ୍ୟରେ ୮୨କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ରାଜ୍ୟରେ ୮୨କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସେଥି ମଧ୍ୟରୁ ସଙ୍ଗରୋଧରୁ ୪୮ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୪ରହିଛି । ଚିହ୍ନଟଙ୍କ ମଧ୍ୟରୁ ୧୮ବର୍ଷରୁ କମ୍‌ ବର୍ଗର ୧୦ଆକ୍ରାନ୍ତ ଅଛନ୍ତି  । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି  ।

ଆଜି  ଚିିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧, ବରଗଡରୁ ୩, ଭଦ୍ରକରୁ ୧, କଟକରୁ ୧୦, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩,  ଯାଜପୁରରୁ ୩, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୧୩,  ମୟୁରଭଂଜରୁ ୧, ନବରଙ୍ଗପୁରରୁ ୧, ନୂଆପଡାରୁ ୩, ନୟାଗଡରୁ ୨, ପୁରୀରୁ ୧୧, ରାୟଗଡାରୁ ୨, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୧୪ ଓ ରାଜ୍ୟପୁଲରୁ ୩ ଜଣ ରହିଛନ୍ତି । 

  ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୩୪ହଜାର ୭୮୭ଜଣକୁ ବୃଦ୍ଧି ପାଇଛି  । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୭୬ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୩ଲକ୍ଷ ୨୪ହଜାର ୯୧୨ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୬୨୩ ।