ଆଉ ଏକ ଲଘୁଚାପ, ୨୬ରୁ ବର୍ଷା

ଆଉ ଏକ ଲଘୁଚାପ, ୨୬ରୁ ବର୍ଷା

ଆଉ ଏକ ଲଘୁଚାପ, ୨୬ରୁ ବର୍ଷା

ଭୁବନେଶ୍ୱର: କିଛିଦିନ ହେଲା ଲଘୁଚାପ ବର୍ଷା ଓ ବନ୍ୟାରେ ଜୀନଜୀବନ ଅସ୍ତବ୍ୟସ୍ତ। ଏବେ ପାଗ ଟିକେ ଶୁଖିଲା ରହିଛି। କିନ୍ତୁ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ପରିସ୍ଥିତି ଉପୁଜିଛି। ଏହାରି ଭିତରେ ପୁଣି ଆସୁଛି ଆଉ ଏକ ଲଘୁଚାପ ଆସୁଛି ।  ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। 

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଗକୁ ଆହୁରି ବର୍ଷା ଆସିଛି  । ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ  । ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ  । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟାଭିତରେ ଅର୍ଥାତ ୨୬ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ  । ଏହା ପ୍ରଭାବରେ ୨୬ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।