୫’ଟି’ ପାଇଁ ସମୟସୀମା ଧାର୍ଯ୍ୟ ହେଲା
୫’ଟି’ ପାଇଁ ସମୟସୀମା ଧାର୍ଯ୍ୟ ହେଲା
admin
Aug 23, 2019 - 05:51
Updated: Aug 23, 2019 - 05:51
ଭୁବନେଶ୍ୱର: ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ୫’ଟି ଚାର୍ଟର ଆଧାରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଏ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ କେତେକ ବିଭାଗ ଏ ନେଇ ପ୍ରସ୍ତୁତି ଚଳାଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀ ଏ ନେଇ ଡେଡଲାଇନ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯେଉଁ ବିଭାଗ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାରେ ବିଳମ୍ବ କରୁଛନ୍ତି ସେ ସବୁ ବିଭାଗ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଏହା ସହିତ ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ପ୍ରଶାସନିକ ବିଭାଗ ଗୁଡ଼ିକରେ ସମ୍ପୃକ୍ତ ବିଭାଗର ନିଦେ୍ର୍ଧଶାଳୟ ମିଶ୍ରଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ ନିଦେ୍ର୍ଧଶନାମା ଜାରି କରିଛନ୍ତି ।
ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି ଜନସେବା ପ୍ରଦାନ କରୁଥିବା ସବୁ ବିଭାଗ ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଅନଲାଇନ ସେବା ପ୍ରଦାନ କରିବେ । ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ବିଭାଗୀୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସେମାନଙ୍କୁ ବାର୍ଷିକ ୨୦% ମାର୍କ ଦିଆଯିବ । ଏଥିପାଇଁ ସବୁ ବିଭାଗ ଆବଶ୍ୟକ ସ୍ପଷ୍ଟ ନୀତି ବିକାଶ କରିବେ । ଏହା ସହିତ ଖାରବେଳ ଭବନରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ୧୧ଟି ବିଭାଗ ଏଇମାସ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସେଠାକୁ ସ୍ଥାନାନ୍ତର କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ େଦଇଛନ୍ତି ।