ଢିଲା ମାରୁଛନ୍ତି ଜିଲ୍ଲାପାଳ-ଯୋଗାଣ ମନ୍ତ୍ରୀ

ଢିଲା ମାରୁଛନ୍ତି ଜିଲ୍ଲାପାଳ-ଯୋଗାଣ ମନ୍ତ୍ରୀ

ଢିଲା ମାରୁଛନ୍ତି ଜିଲ୍ଲାପାଳ-ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ବୁଧବାର ବିଧାନସଭାରେ ଜିଲ୍ଲାପାଳମାନଙ୍କ ଉପରେ ବର୍ଷିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଅଣରିହାତି କିରାସିନି ଆବଶ୍ୟକତା ପରିମାଣ ସମ୍ପର୍କରେ ଜିଲ୍ଲାପାଳମାନେ ଜଣାଉନାହାନ୍ତି । ଏନେଇ ଦୁଇ ଥର ରିମାଇଣ୍ଡର ପଠାଇଲେ ପରେ ବି ଜିଲ୍ଲାପାଳମାନେ କୌଣସି ଉତ୍ତର ଦେଉନାହାନ୍ତି । ଚାହିଦା ଜାଣିଲେ ସରକାର କିରାସିନି ଯୋଗାଇବେ । ତେବେ ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।