ହୀରାକୁଦର ୪ ଗେଟ୍ ପୁଣି ଖୋଲା
ହୀରାକୁଦର ୪ ଗେଟ୍ ପୁଣି ଖୋଲା
ସମ୍ବଲପୁର: ପୁଣି ହୀରାକୁଦର ୪ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁ ଡ୍ୟାମର ଜଳସ୍ତର, ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା । ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୪୧୯ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୦ ହାଜାର ୪୧୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ମହାନଦୀ ଫୁଲି ଉଠିଛି। ଏହାର ପ୍ରଭାବରେ ଶାଖା ନଦୀଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ଚାଷକାର୍ୟ୍ୟରେ ଅନେକ କ୍ଷୟକ୍ଷତି ହୋଇଛି। ବିଶେଷ କରି ଧାନ ଚାଷୀଙ୍କ ଜୀବିକା ବ୍ୟାହାତ ହୋଇଛି । ଏହା ସହିତ ଜମି ଜଳାର୍ଣ୍ଣବ ରହିଥିବାରୁ ରବି ଫସଲ ଯଥା ମୁଗ, ବିରି ଆଦି ମଧ୍ୟ ଜମିରେ ଲଗାଯାଇ ପାରିବ ନାହିଁ ବୋଲି ଚାଷୀମାନେ କହିଛିନ୍ତି । ଏଥିପାଇଁ ଚାଷୀ ଚିନ୍ତାରେ ଦିନ କାଟୁଛନ୍ତି । ଏଥିପାଇଁ ଚାଷୀମାନେ ସରକାରଙ୍କ ସହାୟତା ଲୋଡୁଛନ୍ତି । ତେବେ ରାଜ୍ୟରେ ଏବେବି କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।




admin 