ଗଛ ପାଇଁ ମିଳିବ ଅଢେ଼ଇ ହଜାର ଟଙ୍କାର ପେନସନ

ଗଛ ପାଇଁ ମିଳିବ ଅଢେ଼ଇ ହଜାର ଟଙ୍କାର ପେନସନ

ଗଛ ପାଇଁ ମିଳିବ ଅଢେ଼ଇ ହଜାର ଟଙ୍କାର ପେନସନ

ଚଣ୍ଡୀଗଡ଼ : ଗଛ ପାଇଁ ମିଳିବ ପେନସନ  । ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ  । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି  । 

ଏଥିପାଇଁ ସେ ଏକ ଯୋଜନା କରିଛନ୍ତି  । ଯୋଜନାର ନାମ ରହିଛି ପ୍ରାଣବାୟୂ ଦେବତା ପେନସନ ଯୋଜନା  । ଯେଉଁ ଯୋଜନାରେ ୭୫ ବର୍ଷରୁ ଉଦ୍ଧ୍ୱର୍ ବୟସର ଗଛକୁ ବାର୍ଷିକ ଅଢେ଼ଇ ହଜାର ଟଙ୍କାର ପେନସନ ମିଳିବ  । ସାରା ରାଜ୍ୟରେ ଏଭଳି ଗଛକୁ ଠାବ କରାଯିବ  । ସ୍ଥାନୀୟ ଲୋକମାନେ ଗଛର ଯତ୍ନ ନେବେ  । ବିଶ୍ୱ କାର ମୁକ୍ତ ଦିବସ ଅବସରରେ ସେ ଏହି ଘୋଷଣା କରିଛନ୍ତି  । ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ ବିଧାୟକମାନେ ସାଇକେଲରେ ନିଜ ବାସଭବନରୁ ସଚିବାଳୟ ଯାଇଥିଲେ  । ସେହିପରି ଖୁବଶୀଘ୍ର ହରିୟାଣା ସରକାର ବୈଦ୍ୟୁତିକ ଗାଡ଼ି ନୀତି ଆଣିବାକୁ ଯାଉଛନ୍ତି  । ଯେଉଁଥିରେ ବୈଦ୍ୟୁତିକ ଗାଡ଼ି କିଣିଲେ ସ୍ୱତନ୍ତ୍ର ସବସିଡ଼ର ବ୍ୟବସ୍ଥା କରାଯିବ  ।