ବଢୁଛି ମହାନଦୀର ଜଳସ୍ତର

ବଢୁଛି ମହାନଦୀର ଜଳସ୍ତର।ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ରବିବାର ଖୋଲିଥିବା ହୀରାକୁଦର ୨୦ ଟି ଗେଟ୍ ର ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିଛି।ଗତ କାଲି ରାତିରୁ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି।ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳୀରେ ପହଞ୍ଚିଛି। ବିଶେଷ କରି ବନ୍ୟାଜଳ ପହଞ୍ଚିବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତି ବଢ଼ିଛି।