ଚୋର ଗ୍ୟାଙ୍ଗକୁ ଗିରଫ କରିଛି କଟକ ପୋଲିସ

ଦୁଇ ସିନ୍ଧି ଚୋର ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଟକ କମିଶନରେଟ ପୋଲିସ.
ଜଗତପୁର ଓ ମାଲଗୋଦାମ ଅଂଚଳରୁ ହୋଇ ଥିବା ସିନ୍ଧି ଚୋରି ଘଟଣାରେ ମୋଟ ସାଢେ 3 ଲକ୍ଷ ଟଙ୍କା ସହ ଲୁହା ରଡ଼ ଜବତ କରିଛି ଉଭୟ ଜଗତପୁର ଓ ମାଲଗୋଦାମ ଥାନା ପୋଲିସ. ଉଭୟ ଘଟଣାରେ ମୋଟ
5 ସିନ୍ଧି ଚୋର ଗିରଫ ହୋଇଛନ୍ତି. ଯେଉଁ ଘରେ ଦୀର୍ଘ ଦିନ ଧରି କେହି ରହୁ ନ ଥିବେ ଏବଂ ଘର ବାହାରେ ତାଲା ପଡ଼ୁଥିବ, ସେହି ଭଳି ଏକ ଘରକୁ ଏମାନେ ଠାବ କରନ୍ତି ଏବଂ ସୁଯୋଗ ଦେଖି ଏମନେ ଘରର ଝରକା ତାଡି ଲୁଟ କରୁଥଲେ. ତେବେ ଏହି 5 ଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ 5 ଜଣ କଟକ ବାସିନ୍ଦା ବୋଲି ପୋଲିସ ପକ୍ଷରୁ କୁହାଯାଇଛି.