କ୍ଷତିକାରକ ଲାଲ୍‌ ଲଙ୍କା

କ୍ଷତିକାରକ ଲାଲ୍‌ ଲଙ୍କା

ଖାଦ୍ୟ ସମସ୍ତଙ୍କର ପସନ୍ଦ । ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ରାଗ ଖାଇବା କିଛି ଲୋକଙ୍କୁ ଖୁବ୍‌ ପସନ୍ଦ । ସୌଖୀନ୍‌  ଲୋକମାନେ ନିଜ ପସନ୍ଦ ମୁତାବିକ୍‌ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ  ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ  ଖାଇଦେଇଥାନ୍ତି ।  

ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର  କରିଥାନ୍ତି । ଏହାର ପରିଣତି ଖୁବ୍‌ ବିପଦଜନକ ହୋଇପାରେ । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍‌ଲଙ୍କାର  ବ୍ୟବହାର କରିଥାଉ । ଏହା ଶରୀର ପାଇଁ କ୍ଷତିକାରକ।

ଆଜ୍‌ମା ରୋଗୀଙ୍କ ପାଇଁ ଲାଲ୍‌ ଲଙ୍କା ଖୁବ୍‌ ହାନିକାରକ । ଯଦି ଆପଣ ନିୟମିତ  ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି, ତେବେ ଆଜ୍‌ମା ସମସ୍ୟା ବଢିଯାଇପାରେ ।  ଏପରିକି ଆଜ୍‌ମା ଆଟାକ୍‌ର ଆଶଙ୍କା ବହୁ ମାତ୍ରାରେ ବଢିପାରେ । ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ  ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ବାରମ୍ବାର ଲାଲ୍‌ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ । 

ମାତ୍ରାଧିକ ଲାଲ୍‌ଲଙ୍କା ଖାଇବା ଦ୍ୱାରା ଆଫ୍ଲାଟ୍‌କ୍ସିନ୍‌ ତତ୍ତ୍ୱ ପେଟ ଓ ଲିଭର୍‌ରେ  କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍‌ ଲଙ୍କା ଖାଇବା  ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ ।  ଯଦି ଆପଣ ଗର୍ଭବତୀ । ତେବେ ଲାଲ୍‌ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ  ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍‌ ଲଙ୍କା ଖାଇବା ଦ୍ୱାରା ସମୟ  ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ  ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ ।