ଲକଡାଉନରେ ପାରିବାରିକ ଆୟ କମିଛି

ଲକଡାଉନରେ ପାରିବାରିକ ଆୟ କମିଛି

ନୂଆଦିଲ୍ଲୀ: ଲକଡାଉନର ପ୍ରଭାବ ସବୁ ବର୍ଗଙ୍କ ଉପରେ ପଡ଼ିଛି ।ପାରିବାରିକ ଆୟ କମିଛି । ତେବେ ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଉଚ୍ଚ ମଧ୍ୟବିତ୍ତମାନେ ଅଧିକ ଆୟ ହରାଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଏହାର ରିପୋର୍ଟରେ ପ୍ରକାଶ କରିଛି । ସେମାନଙ୍କ ଆୟ ୩୦% କମିଥିବା ରିପୋର୍ଟରେ କୁହାଯାଇଚି । ଗତବର୍ଷ ତୁଳନାରେ ଅଧିକ ଆୟ ବର୍ଗଙ୍କ ସଂଖ୍ୟା ଏପି୍ରଲରେ ୯.୬ % ଥିବା ବେଳେ ମେ’ରେ ଏହା ୬.୧% ଏବଂ ଜୁନରେ ୪.୪ %କୁ ହ୍ରାସ ପାଇଛି । ନିଯୁକ୍ତି ବଜାରରେ ସୁଧାର ଆୟ ବଢ଼ାଇବାରେ ସହାୟକ ହୋଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଚି । ୨୦୧୯ ଏପି୍ରଲ ଜୁନରେ ବର୍ଷକୁ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ ଥିବା ଅଧାରୁ ଅଧିକ ପରିବାରର ପାରିବାରିକ ଆୟରେ ବର୍ଷକର ବୃଦ୍ଧି ଘଟିଥିଲା । ଏ ବର୍ଷ ୧୫% କମ ଏଭଳି ପରିବାରର ଆୟରେ ବର୍ଷକର ବୃଦ୍ଧି ଘଟିଥିବା ଜଣାପଡ଼ିଛି । ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗ ପ୍ରଭାବିତ ହୋଇଥିବା ବେଳେ ୨୪ ଲକ୍ଷରୁ ୩୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗଙ୍କ ଆୟ ୨୦୨୦ ଏପି୍ରଲ ଜୁନରେ ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ସବୁ ବର୍ଗର ହାରାହାରି ହିସାବ କରାଗଲେ ୨୦୧୯ ଏପି୍ରଲ ଜୁନରେ ୩୩% ପରିବାରର ଆୟ ବୃଦ୍ଧି ଘଟିଥିଲା । ଏ ବର୍ଷ ସମାନ ସମୟରେ ମାତ୍ର ୬.୭% ପରିବାରର ଆୟ ବଢ଼ିଥିବା ସିଏମଆଇଇ ପ୍ରକାଶ କରିଛି ।