୧୭୦୦ କିମି ଯାତ୍ରା ପାଇଁ ଟ୍ରକକୁ ଲାଗିଲା ବର୍ଷେ

୧୭୦୦ କିମି ଯାତ୍ରା ପାଇଁ ଟ୍ରକକୁ ଲାଗିଲା ବର୍ଷେ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ପାଇଁ ଉଦ୍ଧିଷ୍ଟ ଏକ ବିଶାଳ ଏରୋସ୍ପେସ ଅଟୋକ୍ଲେଭ ନେଇ ଏକ ଟ୍ରକ ମହାରାଷ୍ଟ୍ରର ନାସିକରୁ କେରଳରେ ଥିବା ଇସ୍ରୋ କେନ୍ଦ୍ର ଅଭିମୁଖେ ବାହାରିଥିଲା । ହେଲେ ୧୭୦୦ କିମି ଦୂରତା ଅତିକ୍ରମ କରିବାକୁ ତାକୁ ପ୍ରାୟ ବର୍ଷେ ସମୟ ଲାଗିଥିଲା । ଏହାର କାରଣ ଥିଲା ଉକ୍ତ ସାମଗ୍ରୀର ବିଶାଳ ଆକାର ଓ ଓଜନ । ୭୦ ଟନ ଓଜନର ଏହି ଉପକରଣକୁ ଏକ ୩୨ ଚକିଆ ଟ୍ରକରେ ନିଆଯାଉଥିଲା । ଟ୍ରକଟି ଦୈନିକ ମାତ୍ର ୫ କିମି ଗତି କରୁଥିଲା । ଟ୍ରକ ସହିତ ଇସ୍ରୋର କିଛି କର୍ମଚାରୀଙ୍କ ସହ ଉପକରଣ ନିର୍ମାଣ କରିଥିବା କମ୍ପାନୀର କର୍ମଚାରୀଙ୍କୁ ମିଶାି ସମୁଦାୟ ୩୨ ଜଣ ଇଞ୍ଜିନିୟର, ଇଲେକ୍ଟି୍ରସିଆନ ଆଦି ଯାତ୍ରା କରୁଥିଲେ । ମୋଟ ୪ଟି ରାଜ୍ୟ ଦେଇ ଏହି ଟ୍ରକ ଯାଇଥିଲା । କିନ୍ତୁ ଯେଉଁ ରାସ୍ତା ଦେଇ ଯାଉଥିଲା ସେଇ ବାଟରେ ଆଉ କିଛି ଗାଡ଼ି ଯାଇପାରୁନଥିଲା । ତେଣୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ଉକ୍ତ ଟ୍ରକ ଯିବା ପାଇଁ ପ୍ରତିଦିନ କିଛି କିମି ଲମ୍ବା ରାସ୍ତାରେ ଯାନବାହାନ ଚଳାଚଳ ରୋକି ଦିଆଯାଉଥିଲା ।