ଟ୍ୱିଟର ଆପରେ ଡାଟା ଲିକ ଅଭିଯୋଗ

ଟ୍ୱିଟର ଆପରେ ଡାଟା ଲିକ ଅଭିଯୋଗ

ଟ୍ୱିଟର ଆପରେ ଡାଟା ଲିକ ଅଭିଯୋଗ
ନୂଆଦିଲ୍ଲୀ - ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି । ଏହି ସାଇଟରେ ପୁଣି ଡାଟା ଲିକ୍ ହୋଇଛି । ପାଖାପାଖି ୧.୭ କୋଟି ଟ୍ୱିଟର ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର ଲିକ୍ ହୋଇଥିବା ଜଣାପଡ଼ିଛି । ଜଣେ ନିରାପତ୍ତା ଗବେଷକ ଦାବି କରିଛନ୍ତି ଯେ ଟ୍ୱିଟର ମୋବାଇଲ ଆପ୍ରେ ବଡ଼ ତ୍ରୁଟି ରହିଛି, ଯଦ୍ୱାରା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଲିକ୍ ହେଉଛି । ଏମିତି କି ସେ ନିଜେ ୧.୭ କୋଟି ଫୋନ ନମ୍ବରକୁ ବ୍ୟବହାରକାରୀଙ୍କ ଆକାଉଣ୍ଟ ସହ ମେଳ ଖୁଆଇବାରେ ସମର୍ଥ ହୋଇଥିବା ଦାବି କରିଛନ୍ତି । ତାଙ୍କ କହିବାନୁଯାୟୀ ଫୋନ ନମ୍ବର ଲିକ ହୋଇଥିବା ୟୁଜରଙ୍କ ମଧ୍ୟରେ କିଛି ପ୍ରଭାବଶାଳୀ ରାଜନେତା ଏବଂ ସରକାରୀ ଅଧିକାରୀ ରହିଛନ୍ତି । ଏହି ତ୍ରୁଟି ମିଳିଛି । ଟେକ୍କ୍ରଞ୍ଚର ଏକ ରିପୋର୍ଟ ମୁତାବକ ରିସର୍ଚ୍ଚର ଇବ୍ରାହିମ ବାଲିକ୍ ନିଜ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଟ୍ୱିଟରରୁ ଆଣ୍ଡ୍ରଏଡ ଆପର କଣ୍ଟ୍ରାକ୍ଟ ଅପଲୋଡ଼ ବୈଶିଷ୍ଟ୍ୟ ମାଧ୍ୟମରେ ଟ୍ୱିଟରରେ ଜେନେରେଟ୍ ହୋଇଥିବା କଣ୍ଟାକ୍ଟର ସମ୍ପୂର୍ଣ୍ଣ ତାଲିକାକୁ ଅପଲୋଡ଼ କରାଯାଇପାରିବ । ଇବ୍ରାହିମ ନିଜ ଦୁଇ ମାସ ବ୍ୟାପୀ ଗବେଷଣାରୁ ଟ୍ୱିଟର ଆପରେ ଏହି ତ୍ରୁଟି ଯୋଗୁଁ ଇସ୍ରାଏଲ, ତୁର୍କୀ, ଇରାନ୍, ଗ୍ରୀସ୍, ଫ୍ରାନ୍ସ ଓ ଜର୍ମାନୀ ଭଳି ରାଷ୍ଟ୍ରର ଉପଭୋକ୍ତା ଅଧିକ ପ୍ରଭାବିତ ହୋଇଛନ୍ତି ।