ପକେଟ୍ ଏସି

ପକେଟ୍ ଏସି

ପକେଟ୍ ଏସି
ଜାପାନର ସୋନି କମ୍ପାନୀ ପକ୍ଷରୁ ଏକ କ୍ଷୁଦ୍ର ଏୟାର କଣ୍ଡିସନର (ଏସି) ବିକଶିତ କରାଯାଇଛି । ଯାହାକୁ ପୋଷାକ ଭିତରେ ଖଞ୍ଜି, ଗରମ ଦିନେ ନିଜକୁ ଥଣ୍ଡା କରିହେବ । ଶୀତ ଦିନେ ମଧ୍ୟ ଏହାକୁ ବ୍ୟବହାର କଲେ ଗରମ ଅନୁଭୂତ ହେବ । ‘ରିଅନ ପକେଟ’ ଭାବେ ନାମିତ ଏହି ଏସି ଥର୍ମୋଇଲେକ୍ଟି୍ରକ ପଲିଷ୍ଟର ଉପାଦାନରେ ତିଆରି । ଏଥିରେ ଲିଥିୟମ ଆୟନ ବ୍ୟାଟେରି ଲାଗିଛି ଯାହା ଏସିକୁ ଶୀଘ୍ର ଗରମ ଓ ଥଣ୍ଡା କରିବାକୁ ସକ୍ଷମ । ବ୍ଲୁ ଟୁଥ ମାଧ୍ୟମରେ ଏହାକୁ ପରିଚାଳିତ କରିବାକୁ ପଡେ । ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ଏହାର ବ୍ୟବସାୟିକ ଉପôାଦନ ଆରମ୍ଭ ହେବ ଏବଂ ଛୋଟ ମାଧ୍ୟମ ଓ ସାମାନ୍ୟ ବଡ ଆକାରରେ ଉପଲବ୍ଧ ହେବ । ପ୍ରାଥମିକ ବିକ୍ରୟ ମୂଲ୍ୟ ରହିବ ସାଢେ଼ ଆଠ ହଜାର ଟଙ୍କା ।