ଜାତି ଆଧାରରେ ହେବ ଗଣନା : ରହୁଲ

ଜାତି ଆଧାରରେ ହେବ ଗଣନା : ରହୁଲ

ନୂଆଦିଲ୍ଲୀ: ଶନିବାର ମଧ୍ୟ ପ୍ରଦେଶର ଶାଜାପୁରଠାରେ ଜନଆକ୍ରୋଶ ରାଲିରେ ଯୋଗ ଦେଇ କଂଗ୍ରେସ ନେତା ରାଉଲ ଗାନ୍ଧୀ ଜାତୀ ଆଧାରରେ ଜନଗଣନା କଥା କହିଛନ୍ତି। ସେ କହିଛନ୍ତି, ଯଦି କୌଣସି ଆଘାତ ଲାଗିଥାଏ, ତେବେ ପ୍ରଥମେ ଏକ୍ସ-ରେ କିମ୍ବା ଏମଆରଆଇ କରାଯାଏ। କେବଳ ଏହା ଦ୍ବାରା କି ପ୍ରକାର କେଉଁଠାରେ ସମସ୍ୟା ରହିଛି ତାହା ଜଣାପଡ଼ିଥାଏ। ଆମ ଦେଶରେ କେତେଗୁଡ଼ିଏ ପଛୁଆ ବର୍ଗ (ଓବିସି), ଆଦିବାସୀ ଏବଂ ଦଳିତ ଅଛନ୍ତି ସେ ବିଷୟରେ କାହାରି ପ୍ରଶ୍ନ ନାହିଁ। ଆମକୁ ଭାରତର ଏକ ଏକ୍ସ-ରେ କରିବାକୁ ପଡ଼ିବ। ସେଥିରୁ ଜଣାଯିବ ଦେଶର ବଜେଟ ଉପରେ ଓବିସିମାନଙ୍କର କେତେ ନିୟନ୍ତ୍ରଣ ଅଛି ତାହା ଜାଣିହେବ। ସେମାନଙ୍କର ଜନସଂଖ୍ୟା ? ଭାରତ ଆଗରେ କେବଳ ଗୋଟିଏ ପ୍ରସଙ୍ଗ ଅଛି, ତାହା ହେଲା ଜନଗଣନା। ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ଏହା ପ୍ରଥମ କାର୍ଯ୍ୟ ହେବ। ଆମେ ଏଠାରେ କହିବୁ ଆମ ପାଖରେ କେତେ ଓବିସି ଅଛନ୍ତି।