କୁପୁୱାଡ଼ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ

କୁପୁୱାଡ଼ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି ଭାରତୀୟ ଯବାନ।  ମାଛିଲ୍ ସେକ୍ଟରରେ ଅନ୍ଧାର ରାତିର ସୁଯୋଗ ନେଇ ଆତଙ୍କବାଦୀ ଏଲଓସି ଅତିକ୍ରମ ପାଇଁ ଉଦ୍ୟମ କରୁଥିଲେ ସେହି ସମୟରେ ଆତଙ୍କବାଦୀଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ

ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି ଆହୁରି ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରି ପାରନ୍ତି ବୋଲି ସେନା ଆଶଙ୍କା କରିଛି ସେନା ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍‌କୁ ଜୋରଦାର୍ କରାଯାଇଛି