ଆବଶ୍ୟକ ହେଲେ ଯୁକ୍ତଦୁଇ ସିଟ୍‌ ସଂଖ୍ୟା ବଢ଼ାଯିବ କହିଲେ ମନ୍ତ୍ରୀ

ଆବଶ୍ୟକ ହେଲେ ଯୁକ୍ତଦୁଇ ସିଟ୍‌ ସଂଖ୍ୟା ବଢ଼ାଯିବ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଚଳିତ ପାସ ହାର ବହୁତ ଅଧିକ ।  ରେକର୍ଡ ସଂଖ୍ୟକ ପିଲା ପାସ କରିଛନ୍ତି ।  ଯାହାକୁ ଦେଇ ଯୁକ୍ତ ୨ ଆଡମିଶନରେ ସିଟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସବୁପିଲାଙ୍କୁ ସିଟ ମିଳିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ଏକ ଭଲ ଖବର ସାମନାକୁ ଆସିଛି । ତାହା ହେଲା ଯୁକ୍ତ ୨ ଆଡମିଶନବେଳେ ଆବଶ୍ୟକ ହେଲେ ସିଟ ସଂଖ୍ୟା ବଢାଯିବ ।  ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏନେଇ ଶନିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସିଟ ସଂଖ୍ୟା ବଢାଯିବ । ଏଥିସହ ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେ କହିଛନ୍ତି ।  କୋଭିଡ ଢାଞ୍ଚା ବଦଳିବ ବୋଲି ସେ କହିଛନ୍ତି ।

ଏଥିସହ ଏ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ରାଜ୍ୟରେ ମୋଟ ଦୁଇ ହଜାର ୬୭ଟି ଯୁକ୍ତ ଦୁଇ କଲେଜ ରହିଛି। ଯେଉଁଥିରେ ସିଟ୍ ସଂଖ୍ୟା ହେଲା ୫ ଲକ୍ଷ ୯ ହଜାର ୩୫୮। କିନ୍ତୁ ଏଥର ପାସ୍ କରିଛନ୍ତି ୫ ଲକ୍ଷ ୧୨ ହଜାର ୪୬୦ ଜଣ। ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡକୁ ଆସିପାରନ୍ତି। ସବୁକୁ ହିସାବ କଲେ ରାଜ୍ୟରେ ପ୍ରାୟ ୧୮ ହଜାର ସିଟ୍‌ର ଅଭାବ ରହିଛି। ତେବେ ବଡ଼ କଥା ହେଉଛି, ପାଖାପାଖି ୧୮ଟି ଜିଲ୍ଲାରେ କମ୍‌ କଲେଜ ଥିବାରୁ ସେ ଅଞ୍ଚଳ ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇପାରନ୍ତି। ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ନେଇ ବ୍ରଶ୍ନବାଚୀ ସୃଷ୍ଟି ହୋଇଛି।