ଗୋପବନ୍ଧୁ ଦାଶ ହେଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଗୋପବନ୍ଧୁ ଦାଶ ହେଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଗୋପବନ୍ଧୁ ଦାଶ ହେଲେ ମୁଖ୍ୟମନ୍ତ୍ରୀଙ୍କ  ଓଏସଡି
ଭୁବନେଶ୍ୱର: ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଅଧିକାରୀ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ ନିଯୁକ୍ତି ମିଳିଛି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚ ୧୧ ତାରିଖରେ ଶ୍ରୀ ଦାଶ ଚାକିରିରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଥିଲେ । ଏବେ ସେ ଓଏସଡି ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାର୍ଯ୍ୟ କରିବେ । ଶ୍ରୀ ଦାଶଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ଦିଆଯିବ ।