ସନ୍ଧ୍ୟା ସୁଦ୍ଧା ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
ସନ୍ଧ୍ୟା ସୁଦ୍ଧା ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
admin
Jul 11, 2019 - 07:25
Updated: Jul 11, 2019 - 07:25
କର୍ଣ୍ଣାଟକ: କର୍ଣ୍ଣାଟକ ହାଇଡ୍ରାମା ଉପରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । କଂଗ୍ରେସ-ଜେଡିଏସର ୧୦ ବିଧାୟକଙ୍କୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ବାଚସ୍ପତି ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ କଂଗ୍ରେସ ଏବଂ ଜେଡିଏସର ୧୦ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଗୁରୁବାର ସେମାନଙ୍କ ପିଟିଶନର ଶୁଣାଣି କରିଥିଲେ। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ବିଧାୟକମାନେ ବାଚସ୍ପତିଙ୍କ କାର୍ୟ୍ୟାଳୟକୁ ଯାଇ ତାଙ୍କୁ ଭେଟିବାକୁ ନିର୍ଦେଶ ଦେଇଛନ୍ତି। ସେଠାରେ ସେମାନେ ପୁଣି ଥରେ ଇସ୍ତଫାପତ୍ର ଦେଇପାରିବେ। ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ଦରକାର ଏବଂ ଆସନ୍ତା କାଲି ସକାଳେ ଖଣ୍ଡପୀଠର ଶୁଣାଣି ପୂର୍ବରୁ ଏହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି।
ଏହା ସହିତ ଖଣ୍ଡପୀଠ ଅସନ୍ତୁଷ୍ଟ ବିଧାୟକମାନଙ୍କ ସୁରକ୍ଷା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବିଧାୟକମାନେ ଯଦି ସୁରକ୍ଷା ଲୋଡ଼ନ୍ତି ତେବେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସୁପ୍ରିମକୋର୍ଟ କର୍ଣ୍ଣାଟକ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।