ବାଲାକୋଟ୍ ଘଟଣାରେ ସତ ଲୁଚାଉଛି ପାକିସ୍ତାନ
ବାଲାକୋଟ୍ ଘଟଣାରେ ସତ ଲୁଚାଉଛି ପାକିସ୍ତାନ
admin
Mar 9, 2019 - 07:19
Updated: Mar 9, 2019 - 07:19
ବାଲାକୋଟ୍ ସତ ଲୁଚାଉଛି ପାକିସ୍ତାନ । ଭାରତୀୟ ବୈଦେଶିକ ମନ୍ତ୍ରଳାୟ ରବିଶ କୁମାରଙ୍କ ପକ୍ଷରୁ ପ୍ରେସମିଟ୍ ହୋଇଥିଲା । ଯାହାକି ପାକିସ୍ତାନର ବୈଦେଶିକ ନୀତିକୁ ନେଇ ଆପତ୍ତି ଉଠାଇଲା ଥିଲେ ଭାରତ । ବିଶ୍ୱକୁ ପାକିସ୍ତାନ ମିଛ କହୁଛନ୍ତି-ଏମ୍ଇଏ କହିଥିଲେ । ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଉଛି । କିନ୍ତୁ ଏଫ-୧୬ ପ୍ରସଙ୍ଗରେ ପାକିସ୍ତାନ ମିଛ କହୁଛନ୍ତି । ଏଫ-୧୬ ଜେଟ ଦ୍ୱାରା ଆକ୍ରମଣର ପତ୍ୟବର୍ତିୀ ଓ ଇଲୋକଟ୍ରୋନିକ ତଥ୍ୟ ରହିଛି । ପାକିସ୍ତାନ ନୟା ଆହ୍ୱାନ କାହିକିଁ ନେଉନାହିଁ? । ଜୈଓ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ସମର୍ଥନ ଦେଇଥିଲେ । ଯାହାକି ପୁଲୱାମା ହାମ୍ଲାରେ ନିକଟକୁ ଦାୟୀ କରିଥିଲା ଜୈଶ । ଜୈଶକୁ କାହିଁକି ପାକିସ୍ତାନ ଘଂଟି ଘୋଡାଉଛି ଏମ୍ଇଏ କହିଲେ ।ଜୈଶର ମୁଖ୍ୟପାତ୍ର ଭଳି କାମ କରୁଛି ପାକିସ୍ତାନ । ଜୈଶ ଉପରେ ଜାତିସଂଘ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଗତ ୯ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବାଲାକୋଟରେ ପହଞ୍ଚିଥିଲେ ରଏଟର୍ସ ର ସାମ୍ୱାଦିକ ।ଯେଉଁ କୋଠା ଗୁଡିକୁ ଜୈସ୍ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ କୌଣସି ମିଡିଆକୁ କିନ୍ତୁ ଯିବାକୁ ଦେଉନି ପାକିସ୍ତାନ । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ଦେଉଛନ୍ତି ପାକ୍ ସେନା । ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟ ନପାଆନ୍ତୁ । ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ୍ ହୋଇଥିଲେ । ତେବେ ପାକ୍ ଏହାକୁ ଖଣ୍ଡନ କରିବା ସହ , ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତିହୋଇନଥିବା ଜଣାଇବାକୁ ଉଦ୍ୟମ କରୁଛି ।