ପେଟ୍ରୋଲ ଲିଟର ପିଛା ୨ଶହ ଟଙ୍କା, କେଉଁଠି ଜାଣନ୍ତୁ
ନୂଆଦିଲ୍ଲୀ ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତି ଏବେ ବି ଶାନ୍ତ ପଡ଼ିନି। ସଂଘର୍ଷ ଥମିଥିଲେ ବି ଏହାର ସାଇଡ ଇଫେକ୍ଟରେ ଅତିଷ୍ଟ ହୋଇପଡ଼ୁଛନ୍ତି ଇମ୍ଫାଲବାସୀ। ଶାରୀରିକ ତାଡ଼ନାକୁ ଆର୍ଥିକ କଷ୍ଟ ବି ବଳି ଯାଉଛି। ସବୁଠୁ ହାହାକାର ଛାଇ ଯାଇଛି। ସ୍ଥିତିକୁ ଆୟତ୍ତକୁ ଆଣିବାକୁ ସେନା ଦୁଇ ନଂ ଜାତୀୟ ରାଜପଥକୁ ବ୍ଲକ୍ କରିଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଟ୍ରକ୍କୁ ଇମ୍ଫାଲ ଭିତରକୁ ପ୍ରବେଶ ଅନୁମତି ମିଳୁନି। ଫଳରେ ରାତାରାତି ସବୁ ଜିନିଷ ଦାମ୍ ଦୁଇ ଗୁଣା ହୋଇ ଯାଇଛି। ଜୀବନ ରକ୍ଷାକାରୀ ମେଡିସିନର ଅଭାବ ଦେଖାଦେଇଛି। ଚାଉଳଠୁ ଆରମ୍ଭ କରି ଅତ୍ୟାବଶ୍ୟବ ସାମଗ୍ରୀ ଦାମ୍ ରାତାରାତି ୨ ଗୁଣରୁ ଅଧିକ ବଢ଼ି ଯାଇଛି। ଏପରିକି ପେଟ୍ରୋଲ ଲିଟର ପିଛା ପାଇଁ ଏଠାରେ ୨ଶହ ଟଙ୍କା ଗଣିବାକୁ ପଡ଼ୁଥିବା ବେଳେ ପମ୍ପ ଆଗରେ କିଲୋମିଟର ବ୍ୟାପି ଲାଗି ରହିଛି ଲମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ହାତେଇବା ପାଇଁ ଏକ ପ୍ରକାର ଦୌଡ଼ ଆରମ୍ଭ ହୋଇ ଯାଇଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।ରାତାରାତି ସବୁ ଜିନିଷ ଦାମ୍ ଦୁଇ ଗୁଣା ହୋଇଯାଇଥିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି କୁହୁଳିବାରେ ଲାଗିଛି। ପୂର୍ବରୁ ୩୦ ଟଙ୍କା କିଲୋ ପିଛା ମିଳୁଥିବା ଚାଉଳ ହଠାତ୍ ଡବଲ ହୋଇ ଯାଇଛି। ପିଆଜ କିଲୋ ପିଛା ପୂର୍ବରୁ ୩୫ ଟଙ୍କା ଥିବା ବେଳେ ତାହା ଏବେ ୭୦ ଟଙ୍କାରେ ପହଞ୍ଚିଛି। ଆଳୁ କିଲୋ ପିଛା ୧୫ ଟଙ୍କାରୁ ବଢ଼ି ୪୦ ଟଙ୍କା ଛୁଇଁଛି। ଅଣ୍ଡା ଗୋଟା ପିଛା ପୂର୍ବରୁ ୬ ଟଙ୍କା ଥିବା ବେଳେ ଏବେ ତାହା ୧୦ ଟଙ୍କାରେ ପହଞ୍ଚିଛି। ରିଫାଇନ ଲିଟର ପିଛା ପୂର୍ବରୁ ୨୨୦ ଟଙ୍କା ଥିବା ବେଳେ ଏବେ ତାହା ୨୫୦ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି।
ମଣିପୁରରେ ଏବେ ଅଧିକାଂଶ ପେଟ୍ରୋଲ ପମ୍ପରେ ତାଲା ଝୁଲୁଥିବା ବେଳେ ଲୋକେ କଳାବଜାରୀରୁ ଲିଟର ପିଛା ୨ଶହ ଟଙ୍କ ଦେଇ କିଣୁଛନ୍ତି। କିଛି ପମ୍ପ ଖୋଲାଥିବା ବେଳେ କିଲୋମିଟର ବ୍ୟାପୀ ଲାଇନ୍ ଲାଗିଛି।




admin 