ମହାନଦୀ ଟ୍ରିବ୍ୟୁନାଲ ଟିମ୍ର କ୍ଷେତ୍ର ପରିଦର୍ଶନ
ସମ୍ବଲପୁର: ମହାନଦୀ ଟ୍ରିବ୍ୟୁନାଲ ଟିମ୍ର କ୍ଷେତ୍ର ପରିଦର୍ଶନ । ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ଟ୍ରିବ୍ୟୁନାଲ ଟିମ୍ ସଦସ୍ୟ । ଡ୍ୟାମ ପରେ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପରିଦର୍ଶନ । ଟ୍ରିବ୍ୟୁନାଲ ଟିମରେ ଉଭୟ ରାଜ୍ୟର ଜଳ ଦମ୍ପଦ ଅଧିକାରୀ ଉପସ୍ଥିତ । ସୂଚନା ଅନୁସାରେ, ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ଝାରସୁଗୁଡ଼ାରୁ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରାୟ ୧୦ ଦିନ ଅର୍ଥାତ ମେ’ ୨୮ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ମହାନଦୀର ପ୍ରାୟ ୩୦ଟି ସ୍ଥାନକୁ ସର୍ଭେ କରିବେ ।
ଟ୍ରିବ୍ୟୁନାଲ ସଦସ୍ୟମାନେ ଶନିବାର ହୀରାକୁଦରୁ ଗସ୍ତ ଆରମ୍ଭ କରି ମହାନଦୀ ଅବବାହିକାରେ ସର୍ଭେ ଜାରି ରଖିବେ ବୋଲି ଆନ୍ତଃ-ରାଜ୍ୟ ଜଳବିବାଦ ମୁଖ୍ୟ ଯନ୍ତ୍ରୀ ଆଦିକନ୍ଦ ପାତ୍ର ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରଥମ ପର୍ୟ୍ୟାୟରେ ଛତିଶଗଡ଼ରେ ମହାନଦୀର ଅନୁଧ୍ୟାନ କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଓଡ଼ିଶା ଆସିଛନ୍ତି । ଟ୍ରିବ୍ୟୁନାଲ ତାଙ୍କ ଗସ୍ତ ସମୟରେ ଚିପିଲିମା ବିଦ୍ୟୁତ କେନ୍ଦ୍ର, ଟିକରାପଡ଼ା ଡ୍ୟାମ, ଚିଲିକା ହ୍ରଦ, ବିରୂପା ଓ ମହାନଦୀରେ ନିର୍ମିତ ବ୍ୟାରେଜ୍ ଓ ନଦୀ ମୁହାଣ ଆଦି ବୁଲି ଦେଖିବା ସହ ମହାନଦୀର ଶାଖା ଦୟା, ଭାର୍ଗବୀ, କୁଶଭଦ୍ରା ନଦୀ ଏବଂ ନରାଜ ବ୍ୟାରେଜକୁ ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି ।




admin 