ଜୀବନ ପ୍ରତି ବିପଦ ଅଛି: ଜେଇଙ୍କ ପତ୍ନୀ

ଜୀବନ ପ୍ରତି ବିପଦ ଅଛି: ଜେଇଙ୍କ ପତ୍ନୀ

ଜୀବନ ପ୍ରତି ବିପଦ ଅଛି: ଜେଇଙ୍କ ପତ୍ନୀ
ଭୁବନେଶ୍ୱର: ପାଟଣାଗଡ଼ ଜେଇଙ୍କୁ ବିଧାୟକ ବସଉଠ ଘଟଣାରେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ଜେଇଙ୍କ ପତ୍ନୀ । ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ କହିଛନ୍ତି ଯେ, ଗତ ୬ ତାରିଖରୁ ବିଧାୟକ ସରୋଜ ମେହେରଙ୍କ ନାମରେ ଏତଲା ଦିଆଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଜେଇଙ୍କ ପତ୍ନୀ କହିଛନ୍ତି । ସୂଚନାଯୋଗ୍ୟଯେ, ନିମ୍ନମାନର ରାସ୍ତା କାର୍ଯ୍ୟ ହୋଇଥିବାରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସଂପୃକ୍ତ ପୂତର୍ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବସଉଠ କରାଇଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେତେକ ବିଧାୟକଙ୍କ କାର୍ଯ୍ୟକୁ ନିନ୍ଦା କରିଥିବାବେଳେ ଅନ୍ୟ କେତେକ ପ୍ରଶଂସା କରିଥିଲେ । ତେବେ ପରେ ବିଧାୟକ ଶ୍ରୀ ମେହେର ଏଥିପାଇଁ କ୍ଷମା ମାଗିଥିଲେ । ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କ ପତ୍ନୀ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ।