ଜୀବନର ଗୁରୁ ବାଣୀ

-ଆତ୍ମନିର୍ଭରଶୀଳ ହୁଅ, ଯେପରି ଯେ କୌଣସି ପରିସ୍ଥିତି କୁ ଏକାକୀ ସମ୍ମୁଖୀନ କରିପାରିବ । କାରଣ, ମୁଁ ମୁଁ କହି ପରିଚୟ ଦେଉଥିବା ଏହି ଶରୀର ବି ଦିନେ ନ କହି ତୁମକୁ ତାଟି କବାଟ ଦେଇ ତଡ଼ିଦେବ ।
-ଜୀବନର ପ୍ରତିଟି କ୍ଷଣ ସେହି କ୍ଷଣ ପାଇଁ ଅନ୍ତିମ ଅଟେ, ପ୍ରତିଟି ଦିନ ସେହି ଦିନର ଅନ୍ତିମ ଅଟେ ତେଣୁ ପ୍ରତିଦିନ ପ୍ରତିକ୍ଷଣ ଉକôର୍ଷ ର ସାଧନ କରିବା ଶ୍ରେୟସ୍କର ଅଟେ ।
-ସଂଯୋଗ ବଶତଃ ଏକ ପକ୍ଷୀ ଗଛ ଡାଳରେ ବସିଥିବା ବେଳେ ଯଦି ଡାଳଟି ଭାଙ୍ଗି ଯାଏ ପକ୍ଷୀ ମନରେ ଅହଙ୍କାର ଆସେ ଯେ ସିଏ ଗଛ କୁ ଭାଙ୍ଗି ବାକୁ ସକ୍ଷମ ଅଟେ । ଏହି ମିଥ୍ୟାଭିମାନ ତାକୁ କୌଣସି ଯାଗାରେ ହାସ୍ୟାସ୍ପଦ କରି ଗଢି ତୋଳେ ।
-କାଳର ଗତି କୁ କେହି ରୋକିବା ପାଇଁ ସମର୍ଥ ନୁହେଁ କିନ୍ତୁ ସମୟ ସେହି ବ୍ୟକ୍ତି ର ସହାୟତା କରେ ଯାହାର ଧର୍ମବଳ ପ୍ରଖର ଥାଏ ।
-ଅନେକ ପ୍ରକାର ଦ୍ରୋହ କ୍ଷମଣୀୟ କିନ୍ତୁ ଗୁରୁ ଏବଂ ଗୋବିନ୍ଦ ଙ୍କ ଠାରେ କପଟ ଆଚରଣ ଅକ୍ଷମଣୀୟ ଅପରାଧ । ସେହି ଅପରାଧର ଫଳ ଅତ୍ୟନ୍ତ ବିଷମ ହୁଏ ।
-ନିଜ ପ୍ରାଣ ସଂକଟରେ ଦେଖି ଧର୍ମର ସ୍ମରଣ ଆସେ କିନ୍ତୁ ଅଧର୍ମୀ ଭୁଲିଯାଏ ଯେ ନିଜର ଅଧର୍ମର ଫଳ ବହୁଗୁଣରେ ପ୍ରତ୍ୟାବର୍ତ୍ତନ କରିଛି ।
-ଅଧର୍ମର ସାଥି ମଧ୍ୟ ଅଧର୍ମୀ ତେଣୁ ସେହି ଦୂରାଚାରୀ ଅଧର୍ମୀ ମାନଙ୍କର ବିନାଶ କୁଟିଳ ବୁଦ୍ଧି ପ୍ରୟୋଗ ଦ୍ୱାରା କରିବା କୁ ଧର୍ମ ହିଁ କୁହାଯିବ ।
-ନିଜର ବନ୍ଧୁ, ବାନ୍ଧବ, ଶୌର୍ଯ୍ୟ, ଧନ ସମ୍ପଦ କେହି ନିଜ ସାଙ୍ଗରେ ଯିବେ ନାହିଁ, କେବଳ ଜୀବନରେ କରିଥିବା ସତକର୍ମ ର ଫଳ ପରଲୋକ କୁ ଯିବ ।