ହୃଦ୍‌ରୋଗ ହିଁ ସବୁଠାରୁ ବଡ଼ ସମସ୍ୟା,ହୃତ୍‌ପିଣ୍ଡକୁ ରଖନ୍ତୁ ସୁସ୍ଥ

ହୃଦ୍‌ରୋଗ ହିଁ ସବୁଠାରୁ ବଡ଼ ସମସ୍ୟା,ହୃତ୍‌ପିଣ୍ଡକୁ ରଖନ୍ତୁ ସୁସ୍ଥ

ଏବେ ସାରା ପୃଥିବୀରେ ହୃଦ୍‌ରୋଗ ହିଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି ଏବଂ ଏହା ସବୁଠାରୁ ବଡ଼ ଘାତକ ରୋଗ ଭାବରେ ମଧ୍ୟ ଚିହ୍ନିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧କୋଟି ୭୦ ଲକ୍ଷରୁ ଅଧିକ ଲୋକ ଅସ୍ବାଭାବିକ ଭାବରେ ହୃଦ୍‌ରୋଗ ଓ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଥା’ନ୍ତି। ଏମିତି କି ଆଜିକାଲି ଅଳ୍ପ ବୟସର ଯୁବତୀଯୁବକମାନେ ମଧ୍ୟ ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି।ଯୁବତୀଯୁବକମାନେ ମଧ୍ୟ ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି।
ଗୋଟିଏ ଘଡ଼ି ଯେମିତି ସମୟକୁ ସୂଚିତ କରି ସବୁବେଳେ ଟିକ୍‌ ଟିକ୍‌ କରି ଚାଲିଥାଏ ସେମିତି ହୃତ୍‌ପିଣ୍ଡ ମଧ୍ୟ ଆଦୌ ବିଶ୍ରାମ ନ ନେଇ ସାରାଜୀବନ ସ୍ପନ୍ଦିତ ହେଉଥାଏ। ବେଳେବେଳେ ଏଇ ସୁସ୍ଥ ହୃତ୍‌ପିଣ୍ଡ ଧୂମପାନ ଓ ନିଶା ସେବନ, ମାନସିକ ଚାପ, ଶାରୀରିକ ପରିଶ୍ରମର ଅଭାବ, ମଧୁମେହ ରୋଗ, ମେଦବହୁଳତା, ଜଙ୍କଫୁଡ୍‌ ଓ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ଖାଇବା ତଥା ବିଶ୍ରାମର ଅନିୟମିତତା ଯୋଗୁ ରୁଗ୍‌ଣ ହୋଇଯାଏ। ତେଣୁ ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ହୃଦ୍‌ରୋଗକୁ ଏଡ଼ାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବା ହେଉଛି ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ର ମୂଳ ଲକ୍ଷ୍ୟ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତଥା ବିଶ୍ୱ ହୃତ୍‌ପିଣ୍ଡ ଫେଡେରେଶନ୍‌ର ମିଳିତ ଆନୁକୂଲ୍ୟରେ ୧୯୯୯ ମସିହାଠାରୁ ସାରା ପୃଥିବୀରେ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ପାଇଁ ଏହାର ମୁଖ୍ୟ ବାର୍ତ୍ତା ହେଉଛି ନିଜ ହୃତ୍‌ପିଣ୍ଡ ସହ ଅନ୍ୟମାନଙ୍କ ହୃତ୍‌ପିଣ୍ଡର ମଧ୍ୟ ଯନତ୍ ନିଅ। ଏହି ବାର୍ତ୍ତାର ତିନୋଟି ସ୍ତମ୍ଭ ହେଉଛି-
ୟୁଜ୍‌ ହାର୍ଟ ଫର୍‌ ହ୍ୟୁମାନିଟି: ସମାଜର ନିମ୍ନ ଓ ମଧ୍ୟବିତ୍ତ ପରିବାରର ହୃଦ୍‌ରୋଗୀଙ୍କ ପାଇଁ ସାହାଯ୍ୟ ଯୋଗାଇବା।
ୟୁଜ୍‌ ହାର୍ଟ ଫର୍‌ ନେଚର: ସାରା ପୃଥିବୀର ବାୟୁ ପ୍ରଦୂଷଣ ଯୋଗୁ ଶତକଡ଼ା ୨୫ ପ୍ରତିଶତ ହୃଦ୍‌ରୋଗୀ ମୃତ୍ୟୁବରଣ କରିଥା’ନ୍ତି। ତେଣୁ ହୃଦ୍‌ରୋଗ କମାଇବା ପାଇଁ ବାୟୁ ପ୍ରଦୂଷଣ କମାଇବା।
ୟୁଜ୍‌ ହାର୍ଟ ଫର୍‌ ୟୁ: ନିଜ ମାନସିକ ସ୍ବାସ୍ଥ୍ୟର ବିଶେଷ ଭାବେ ଯନତ୍ ନେବା। କାରଣ ମାନସିକ ଚାପ ହିଁ ହୃଦ୍‌ରୋଗ, ହୃଦ୍‌ଘାତ ଓ ମସ୍ତିଷ୍କାଘାତ ପାଇଁ ମୁଖ୍ୟତଃ ଦାୟୀ ହୋଇଥାଏ।
ହୃଦ୍‌ରୋଗ ମୁଖ୍ୟତଃ ଜନ୍ମଗତ ହୃଦ୍‌ରୋଗ ଏବଂ ଆନୀତ ହୃଦ୍‌ରୋଗ, ଯାହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ହୃତ୍‌ପିଣ୍ଡ ଧମନୀରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇ ଯେଉଁ ହୃଦ୍‌ରୋଗ ହୁଏ (କରୋନାରୀ ଆର୍ଟେରୀ ଡିଜିଜ୍‌) ଏବଂ ରକ୍ତଚାପ ଜନିତ ହୃଦ୍‌ରୋଗ ଓ ଆଣ୍ଠୁ ଗଣ୍ଠିଜନିତ ହୃଦ୍‌ରୋଗ (ରିଉମାଟିକ୍‌ ହାର୍ଟଜନିତ ହୃଦ୍‌ରୋଗ ଓ ତତ୍‌ ଜନିତ ଜଟିଳତା)।
ଏବେ ଭାରତରେ ହୃଦ୍‌ରୋଗୀଙ୍କର ସଂଖ୍ୟା ବହୁଗୁଣରେ ବଢ଼ିଚାଲିଛି, କାରଣ ଦ୍ରୁତ ସହରୀକରଣ, ପରିବର୍ତ୍ତିତ ଜୀବନଶୈଳୀ ଓ ମାନସିକ ଚାପ ବୃଦ୍ଧି। ଏହାଛଡ଼ା ଭାରତୀୟଙ୍କର ହୃଦ୍‌ ଧମନୀ ବିଦେଶୀଙ୍କ ଧମନୀ ଅପେକ୍ଷା ଛୋଟ ଓ ଅଣଓସାରିଆ ହୋଇଥାଏ। ତେଣୁ କୋଲେଷ୍ଟେରଲ୍‌ର ପରିମାଣ ବଢ଼ିଗଲେ ଏହାର କାନ୍ଥରେ ପ୍ଲାକ୍‌ ଭର୍ତ୍ତି ହୋଇଯାଏ ଏବଂ ଜମାଟ ବାନ୍ଧି ରକ୍ତ ପ୍ରବାହରେ ବାଧା ସୃଷ୍ଟି କରି ହୃଦ୍‌ଘାତ କରିଥାଏ।
କାରଣ: ହୃଦ୍‌ରୋଗର ମୁଖ୍ୟ କାରଣ ଧୂମପାନ। ଧୂମପାନ ଓ ନିଶା ସେବନ ହୃଦ୍‌ରୋଗ ଆଶଙ୍କା ଶତକଡ଼ା ୨୫ ବଢ଼ାଇ ଦେଇଥାଏ ଓ ଏହା ୧୫-୨୫ ବର୍ଷ ଆୟୁଷ କମାଇଦିଏ। ଧୂମପାନ ଦ୍ୱାରା ଶରୀରକୁ ଯେଉଁ ନିକୋଟିନ୍‌ ପ୍ରବେଶ କରିଥାଏ ସେଥିରେ ୪୦୦୦ରୁ ଅଧିକ ବିଷ ଥାଏ। ଯେଉଁମାନେ ପରୋକ୍ଷ ଭାବରେ ଧୂମପାନ କରନ୍ତି ସେମାନେ ମଧ୍ୟ ହୃଦ୍‌ରୋଗ ଭୋଗିଥାନ୍ତି। ଏମାନଙ୍କୁ ଅଚାନକ ହୃଦ୍‌ଘାତ ହୋଇଥାଏ।
ଓ ଥଣ୍ଡା ପାନୀୟରେ ଥିବା ଆଲ୍‌କୋହଲ୍‌ ହୃତ୍‌ପିଣ୍ଡର ମାଂସପେଶୀକୁ ନଷ୍ଟ କରିଦିଏ। ରକ୍ତଚାପ ବୃଦ୍ଧି ପାଇଲେ ହୃଦ୍‌ରୋଗର ଆଶଙ୍କା ବଢ଼ିଯାଏ।
ଲୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପ ରୋଗ ମଧ୍ୟ ହୋଇଥାଏ। ଅପର ପକ୍ଷରେ ଉଚ୍ଚରକ୍ତଚାପ ହେଲେ, ବେଶି ଲୁଣ ଖାଇଲେ ରକ୍ତଚାପ ଆହୁରି ବଢ଼ିଯାଏ ଏବଂ ହୃଦ୍‌ଘାତ ହୋଇଥାଏ।
ରୋଗ ଓ ରକ୍ତରେ ଅତ୍ୟଧିକ ଚର୍ବି ବା କୋଲେଷ୍ଟେରଲ୍‌ ହୃଦ୍‌ରୋଗର ଆଶଙ୍କା ବଢ଼ାଇ ଦେଇଥାଏ। ବିଶେଷକରି ଯେଉଁ ପରିବାରରେ ଉଚ୍ଚରକ୍ତଚାପ, ମଧୁମେହ ଓ ଅଚାନକ ହୃଦ୍‌ରୋଗଜନିତ ମୃତ୍ୟୁ (ସର୍ଡନ କାର୍ଡିଆକ୍‌ ଆରେଷ୍ଟ)ର ଇତିହାସ ଥାଏ ସେମାନେ ସତର୍କ ରହିବା ଆବଶ୍ୟକ।