ମାଟିପାତ୍ରର ପାଣି ପିଇଲେ ଏହି ସବୁ ରୋଗ ହେବ ନାହିଁ
ମାଟିପାତ୍ରର ପାଣି ପିଇଲେ ଏହି ସବୁ ରୋଗ ହେବ ନାହିଁ
admin
Jan 30, 2021 - 10:28
Updated: Jan 30, 2021 - 10:28
ଖରା ସମୟ ଆରମ୍ଭ ହୋଇଯିବା କ୍ଷଣି ସମସ୍ତଙ୍କୁ ଦରକାର ପଡ଼େ ଥଣ୍ଡା ପାଣି । ସହରରେ ଲୋକେ ଫ୍ରିଜ୍ରୁ ଥଣ୍ଡା ପାଣି ବାହାର କରି ପିନ୍ଧିଥାନ୍ତି ,କିନ୍ତୁ ଗାଁରେ ଫ୍ରିଜ୍ ନଥିବାରୁ ଲୋକେ ମାଟିପାତ୍ରରେ ପାଣି ରଖି ପିଇଥାନ୍ତି। ମାଟିପାତ୍ରରେ ପାଣି ଖୁବ୍ ଥଣ୍ଡା ରହିଥାଏ। କିଛି ଘରେ ଲୋକେ ଖରା ସିଜିନ୍ରେ ଫ୍ରିଜ୍ ଥାଇ ବି ମାଠିଆରେ ପାଣି ରଖିଥାନ୍ତି। ବାସ୍ତବିକ୍ କଥା ଏୟା ଯେ, ମାଟିରେ ଅନେକ ପ୍ରକାରର ରୋଗ ସହ ଲଢ଼ିବାର କ୍ଷମତା ଥାଏ । ଏଥିରେ ବହୁତ ଉପକାରୀ ମିନେରାଲ୍ସ ଥାଏ, ଯାହାକି ଶରୀର ପାଇଁ ବହୁତ ଭଲ । ଆସନ୍ତୁ ଜାଣିବା ମାଠିଆ ପାଣି ମଣିଷର ସ୍ୱାସ୍ଥ୍ୟକୁ ସୁରକ୍ଷା ରଖିବାରେ ସାହାଯ୍ୟ କରେ – ୧- ମାଟି ପାତ୍ରରେ ରଖିଥିବା ପାଣିକୁ ପିଇଲେ ତ୍ୱଚା ସମ୍ୱନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ। ଏହା ଜଳାପୋଡ଼ା , ମୁଖବ୍ରଣ ଓ ଅନ୍ୟ ଚର୍ମ ରୋଗ ସମ୍ୱନ୍ଧୀୟ ରୋଗକୁ ହେବାକୁ ଦେଇନଥାଏ। ଏଥିରେ ଥିବା ପାଣି ପିଇଲେ ତ୍ୱଚାରେ ଚମକ ଆସେ । ୨- ମାଠିଆ ପାଣି ଗ୍ୟାସ୍ର ସମସ୍ୟାରୁ ବି ମୁକ୍ତି ଦେଇଥାଏ । ଅର୍ଥାତ୍ କାହାକୁ ଯଦି ଏସିଡିଟି ସମ୍ୱନ୍ଧୀୟ ସମସ୍ୟା ହୋଇଥାଏ ତ ଏଥିରେ ମାଟି ପାତ୍ରର ପାଣି ଏହା ପାଇଁ ଉପକାରୀ ହୋଇଥାଏ । ଏହା ସହ ପାଚନ କ୍ରିୟା ମଧ୍ୟ ଠିକ୍ ରହେ। ୩-ମାଟି ପାତ୍ର ପାଣି ବ୍ଲଡ୍ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ ରଖେ। ଏହା କୋଲେଷ୍ଟ୍ରୋଲ ମାତ୍ରାକୁ ମଧ୍ୟ କମ୍ କରିଥାଏ ଏବଂ ହାର୍ଟଆଟାକ୍ର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ । ୪-ଏମୋନିଆ ରୋଗରେ ପଡ଼ିଥିବା ବ୍ୟକ୍ତି ପାଇଁ ମାଟି ପାତ୍ରରେ ରଖାଯାଇଥିବା ପାଣି ପିଇବା ବରଦାନ ତୁଲ୍ୟ ହୋଇଥାଏ। ମାଟିରେ ଭରପୁର ଆଇରନ୍ ମାତ୍ରା ଥାଏ। ଏହି ଏମୋନିଆ ରୋଗ ଶରୀରରେ ଆଇରନ୍ କମ୍ ଯୋଗୁଁ ହୋଇଥାଏ।