‘ଚାମ୍ପିଆନ୍’ ହାତରେ ଟ୍ରଫି...
‘ଚାମ୍ପିଆନ୍’ ହାତରେ ଟ୍ରଫି...
admin
Dec 14, 2019 - 06:16
Updated: Dec 14, 2019 - 06:16
ଚତୁର୍ଥ ଥର ପାଇଁ ଚାମ୍ପିଆନ ହେଲେ ଅର୍ଚ୍ଚିତା । ବକ୍ସି ରିଙ୍ଗରେ ନୁହେଁ ବରଂ ପୁରସ୍କାର ମୈଦାନରେ । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିନେଲେ । ସମସ୍ତଙ୍କୁ ଚିତ ପଟାଙ୍ଗ କରି ୩୦ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ହେବାର ମୁକୁଟ ପିନ୍ଧିଲେ । ନାରୀ କୈନ୍ଦି୍ରକ ତଥା ପ୍ରଥମ ଥର ପାଇଁ ବକ୍ସିଂ ଉପରେ ଆଧାରିତ ଏକ କ୍ରୀଡ଼ା ଭିତ୍ତିକ ସିନେମା ‘ଚାମ୍ପିଆନ’ ରିଲିଜ ହୋଇଥିଲା । ସେଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅର୍ଚ୍ଚିତା । ସେ ତିନି ଚାରିଟି ଚରିତ୍ରରେ ନଜର ଆସିଥିଲେ । କେତେବେଳେ ଜଣେ ଚାଷୀର ଝିଅ ଭାବେ ଚାଷୀଙ୍କ ପାଇଁ ଲଢ଼ିଥିଲେ ପୁଣି କେତେବେଳେ ଲାଲପାନ ବିବି ହୋଇ ଯାତ୍ରା ମଞ୍ଚରେ ଠୁମକା ଲଗାଇଥିଲେ । ଶେଷରେ ଲକ୍ଷ୍ୟ ପୂରଣ କରିବାକୁ ଯାଇ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଥିଲେ । ଡଙ୍ଗୁ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାର ନିଦେ୍ର୍ଧଶନା ଦେଇଥିଲେ କେ.ମୂରଲୀ କ୍ରୀଷ୍ଣା । ପ୍ରଯୋଜନା ଭାର ସମ୍ଭାଳିଥିଲେ ଏନ.ଗଙ୍ଗାଧର ଓ ଦୀପ୍ତି । ଅର୍ଚ୍ଚିତାଙ୍କ ବିପକ୍ଷରେ ସାନୁ ଅଭିନୟ କରିଥିଲେ । ଅଭିନେତା ମନୋଜ ମିଶ୍ର ଅର୍ଚ୍ଚିତାଙ୍କ କୋଚ ଭୂମିକାରେ ଦେଖାଦେଇଥିଲେ । ଅନ୍ୟାନ୍ୟ ଭୂମିକାରେ ସଲିଳ ମିତ୍ର, ଇଲୁ ବାନାର୍ଜୀ, ପୃଥ୍ୱୀରାଜ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମା ପାଇଁ ଅର୍ଚ୍ଚିତା ଯେତିକି ପରିଶ୍ରମ କରିଥିଲେ ତାହା ପୁରସ୍କାର ମିଳିବା ପରେ ସାର୍ଥକ ହୋଇଛି । ସେ ଭାରି ଉତ୍ସାହିତ ଅଛନ୍ତି । ପୂର୍ବରୁ ତିନି ଥର ଅର୍ଥା ୨୦୦୯ ରେ ‘ପାଗଳ କରିଛି ପାଉଁଜି ତୋର’, ୨୦୧୧ ରେ ‘ଚକୋଲେଟ୍’, ୨୦୧୩ରେ ‘ଏସିପି ସାଗରିକା’ ପାଇଁ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ୨୦୦୬ରେ ‘ବାବୁ ଆଇଲଭୟୁ’ ପାଇଁ ଶ୍ରେଷ୍ଠ ପାଶ୍ୱର୍ନାୟିକା ଭାବେ ପୁରସ୍କୃତ ହୋଇଛନ୍ତି ।